ବ୍ରହ୍ମପୁର,୩୧/୧୦ (ପିପିଟି) ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ବିଶ୍ବବନ୍ଦନୀୟା ନାରିନେତ୍ରୀ ସ୍ଵର୍ଗତ ଇନ୍ଦିରା ଗାନ୍ଧୀଙ୍କ ପୂଣ୍ୟ ୩୬ ତମ ଶ୍ରାଦ୍ଧ ବାର୍ଷିକ ଉପଲକ୍ଷେ ହିଂଜିଳି ନିର୍ବାଚନ ମଣ୍ଡଳୀ ସ୍ତରୀୟ ସ୍ମୃତି ସଭା ଓ ହିଂଜିଳି ପରିବା ବଜାରସ୍ତିତ ଇନ୍ଦିରା ଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟା ଅର୍ପଣ କରା ଯାଇଛି । ବରିଷ୍ଠ କଂଗ୍ରେସ ନେତା ତଥା ରାଜ୍ୟ କୃଷକ ସେଲ୍ ସମ୍ପାଦକ ପଦ୍ମ ଚରଣ ସାହୁ ଓ ରମନାରାୟଣ ବିଶେଶ୍ଵରାୟଙ୍କ ମିଳିତ ନେତୃତ୍ୱରେ ଏହି କାର୍ଯ୍ୟକ୍ରମ ଶନିବାର ଶୃ୍ଖଳାରେ ସହ ଆୟୋଜିତ ହୋଇଯାଇଛି । ଅନ୍ୟମାନଙ୍କ ପର୍ଶୁ ସାହୁ ,କବିରାଜ ପ୍ରଧାନ ,ପି.ବୁଧିଆ , ପି. ଡମ୍ବୁରୁ,ସିମାଞ୍ଚଳ ନାୟକ ,ଲକ୍ଷ୍ମୀ ନାୟକ ,ଗୋପୀନାଥ ନାୟକ ,ଉପେନ୍ଦ୍ର ଗଉଡ ହିଞ୍ଜିଳି ନିର୍ବାଚନ ମଣ୍ଡଳୀର ଯୁବ କଂଗ୍ରେସ ସଭାପତି ଆଶିଷ କୁମାର ପାଢୀ ,ହିଂଜିଳି ପୌପରିଷଦର ଯୁବ କଂଗ୍ରେସ ସଭାପତି ଜଗନ୍ନାଥ ଗଉଡ (ଟିଙ୍ଗିରି) ଓ ବହୁ କଂଗ୍ରେସ କର୍ମୀ ଉପସ୍ଥିତ ଥିଲେ ।