କବିସୂର୍ଯ୍ୟନଗର, ୦୬/୦୧(ପିପିଟି): କେଦଳାର ପୂର୍ବତନ ନଗରପାଳ ହର ପ୍ରସାଦ ସାହୁ ପୁଷ ପୂର୍ଣ୍ଣିମା ଅବସରରେ କୋଦଳା ଠାରେ ବନ୍ଧୁ ମିଳନ ଆୟୋଜନ କରିଥିଲେ। ବିଶେଷ କରି ନିଜର ସମର୍ଥକଙ୍କୁ ନେଇ ଏଇ ବନ୍ଧୁ ମିଳନ କାର୍ଯ୍ଯକ୍ରମ ଅନୁଷ୍ଠିତ ହୋଇଥିଲା। ଶ୍ରୀ ସାହୁଙ୍କ ପତ୍ନୀ ତଥା ପୂର୍ବତନ ନଗରପାଳ ସୁନିତା ପ୍ରଭା ସାହୁ ମଧ୍ଯ କାର୍ଯ୍ଯକ୍ରମରେ ଉପସ୍ଥିତ ଥିଲେ। ଶ୍ରୀ ସାହୁଙ୍କ କହିଥିଲେ ସେ ଜଣେ ଚାଷୀ। ଚାଷୀଙ୍କ ପାଇଁ ଆସୁଥିବା ଯୋଜନାରେ ଦଲାଲି ପଶୁଛନ୍ତି। ଦଲାଲି ବିରୋଧରେ ସ୍ୱର ଉତ୍ତୋଳନ କରିବା ସହିତ ଘଟଣା ସମ୍ପର୍କରେ ସରକାରଙ୍କୁ ଅବଗତ କରାଇବେ। ଆଗାମୀ ନିର୍ବାଚନରେ ପ୍ରାର୍ଥୀ ହେବା ନେଇ ସାମ୍ବାଦିକଙ୍କ ପ୍ରଶ୍ନର ଉତ୍ତର ଦେଇ କହିଥିଲେ ମୋ ନେତା ନବୀନ, ସେ ଯାହା ନିଷ୍ପତ୍ତି ନେବେ। ଆଜିର ବନ୍ଧୁ ମିଳନକୁ ନେଇ ହର ସାହୁଙ୍କ ସମର୍ଥକ ଉତ୍ସାହିତ ଥିବା ଦେଖିବାକୁ ମିଳିଥିଲା। କିନ୍ତୁ ଆଜିର କାର୍ଯ୍ୟକ୍ରମରେ ନିର୍ବାଚନ ମଣ୍ଡଳୀର ପ୍ରମୁଖ ବିଜେଡିର ନେତା ମାନଙ୍କୁ ଦେଖିବାକୁ ମିଳିନଥିଲା। ଶ୍ରୀ ସାହୁ କୋଦଳା ଅଞ୍ଚଳର ଜଣେ ଭଲ ସଂଗଠକ ଭାବରେ ଜଣାଶୁଣା। ପୂର୍ବତନ ମନ୍ତ୍ରୀ ସ୍ବର୍ଗତ ରାମକୃଷ୍ଣ ପଟ୍ଟନାୟକଙ୍କ ଅତ୍ୟନ୍ତ ନିକଟତର ଅନୁଗତ ଥିଲେ। ଶ୍ରୀ ସାହୁ ପୂର୍ବତନ ମନ୍ତ୍ରୀ ସ୍ବର୍ଗତ ରାମକୃଷ୍ଣ ପଟ୍ଟନାୟକଙ୍କ ପ୍ରୋତ୍ସାହନ ରେ ରାଜନୀତି ଓ ବ୍ଯବସାୟରେ ପ୍ରତିଷ୍ଠିତ ହୋଇଥିଲେ। ଅସମୟରେ ଗୁରୁଙ୍କ ହାତ ଛାଡିଥିଲେ ଶ୍ରୀ ସାହୁ। ପରବର୍ତ୍ତି ସମୟରେ ଖଲ୍ଲିକୋଟ ରାଣୀ ତଥା କବିସୂର୍ଯ୍ୟନଗର ପୂର୍ବତନ ବିଧାୟିକା ଭି.ସୁଜ୍ଞାନ ଦେବୀଙ୍କ ସହିତ ମତାନ୍ତର ହୋଇଥିଲା। ୨୦୧୪ ସାଧାରଣ ନିର୍ବାଚନରେ ଖଲ୍ଲିକୋଟ ରାଣୀଙ୍କୁ ବିରୋଧ କରି ବିଜେଡି ବିରୁଦ୍ଧରେ ସ୍ବାଧୀନ ପ୍ରାର୍ଥୀ ହୋଇ ଶ୍ରୀ ସାହୁ ଲଢିଥିଲେ। ଶ୍ରୀ ସାହୁ ସ୍ବାଧୀନ ପ୍ରାର୍ଥୀ ହୋଇଥିଲେ ମଧ୍ଯ ମୋ ନେତା ନବୀନ ବୋଲି କହିଥିଲେ। ୨୦୧୪ ସାଧାରଣ ନିର୍ବାଚନରେ ଶ୍ରୀ ସାହୁ ୪୫,୬୬୧ ଭୋଟ ତଥା ୩୪.୪୫ ପ୍ରତିଶତ ଭୋଟ ପାଇଥିଲେ। ଭି.ସୁଜ୍ଞାନ ଦେବୀ ୬୭,୧୬୧ ଭୋଟ ପାଇ ବିଜୟୀ ହୋଇଥିଲେ। ଶ୍ରୀ ସାହୁ ବିଜେଡିରୁ ନିଲମ୍ବିତ ହୋଇଥିଲେ। ୨୦୧୯ ନିର୍ବାଚନ ପୂର୍ବରୁ ଶ୍ରୀ ସାହୁଙ୍କ ଉପରୁ ବିଜେଡି ନିଲମ୍ବନ ପ୍ରତ୍ଯାହାର କରିଥିଲା। ଶ୍ରୀ ସାହୁଙ୍କ ମୁଖ୍ୟମନ୍ତ୍ରୀଙ୍କ ବକ୍ତିଗତ ସଚିବ ଭିକେ ପାଣ୍ଡିଆନଙ୍କ ସହିତ ସୁସମ୍ପର୍କ ରହିଥିବା ନେଇ ଚର୍ଚ୍ଚା ଆରମ୍ଭ ହୋଇଥିଲା। ୨୦୧୯ ସାଧାରଣ ନିର୍ବାଚନରେ ଶ୍ରୀ ସାହୁ ବିଜେଡି ଟିକେଟ ପାଇବାର ପ୍ରମୁଖ ଦାବିଦାର ଥିଲେ। ଟିକେଟ ପାଇଁ ଯାଇ ସେ ଆଉ ଫେରି ନଥିଲେ ଏବଂ କିଛି ଦିନ ପାଇଁ ତାଙ୍କର ମୋବାଇଲ ସୁଇଚ ଅଫ୍ ହୋଇଯାଇଥିଲା। ବିଜେଡିର ଟିକେଟ ଲତିକା ପ୍ରଧାନଙ୍କୁ ମିଳିଥିଲା । ପ୍ରବର୍ତ୍ତି ସମୟରେ ଶୁଣିବାକୁ ମିଳିଲା ଯେ ଖଲ୍ଲିକୋଟ ରାଣୀ ଶ୍ରୀ ସାହୁଙ୍କ ପ୍ରାର୍ଥୀତ୍ବକୁ ବିରୋଧ କରିଥିଲେ। ତେଣୁ ଶ୍ରୀ ସାହୁ ବିଜେଡି ଟିକେଟରୁ ବଞ୍ଚିତ ହୋଇଥିଲେ। ପୁଣି ହର ସାହୁଙ୍କ ସମର୍ଥକ ମାନଙ୍କୁ ନିରାଶ କରିଥିଲା। ହର ସାହୁ ପ୍ରାର୍ଥୀ ନହେବାରୁ ବିଜେପିର ଭୋଟ ବ୍ଯାଙ୍କ ବଢିଥିଲା। ୨୦୧୪ ରେ ବିଜେପି ୪,୩୧୫ ଭୋଟ ପାଇ ୪ର୍ଥ ସ୍ଥାନରେ ଥିଲା। ୨୦୧୯ ନିର୍ବାଚନ ରେ ବିଜେପି ୪୩,୩୧୯ ଭୋଟ ପାଇ ବିଜେଡିର ବିକଳ୍ପ ଭାବରେ ଆଗକୁ ଆସିଲା। ଗତ ପୌରପରିଷଦ ନିର୍ବାଚନ ସମୟରେ କୋଦଳା ଏନ୍ଏସିର ନିର୍ବାଚନ ପରିଚାଳନା ଦାୟିତ୍ବ ହର ସାହୁଙ୍କୁ ନଦିଆଯାଇ ବିଧାୟିକା ଲତିକା ପ୍ରଧାନଙ୍କୁ ଦିଆଯାଥିଲା। ହର ସାହୁଙ୍କ ଦଖଲରେ ଦୀର୍ଘ ଦିନ ଧରି କୋଦଳା ଏନ୍ଏସି ଦଖଲରେ ଥିଲା ଏବଂ କୋଦଳା ଏନ୍ଏସିରେ ସେ ସ୍ବାଧୀନ ପ୍ରାର୍ଥୀଙ୍କୁ ଠିଆ କରାଥିଲେ ଜିତି ପାରିଥାନ୍ତେ। ଶ୍ରୀ ସାହୁଙ୍କ ଭଳି ଦକ୍ଷ ସଂଗଠକ ବିଜେଡିର ସଭାପତି ଓ ସଚିବଙ୍କ ବୁଝାଇ ପାରିଲେ ନାହିଁ ନା ଦଳର ମୁଖ୍ଯ ଶ୍ରୀ ସାହୁଙ୍କୁ ବୁଝି ପାରିଲେ ନାହିଁ ! ଶେଷରେ କୋଦଳା ଏନ୍ଏସି ନିର୍ବାଚନ ବିଜେପି ସପକ୍ଷରେ ଗଲା। କୋଦଳା ଏନ୍ଏସି ନିର୍ବାଚନ ପରାଜୟର ସମୀକ୍ଷା ଏପର୍ଯ୍ୟନ୍ତ ହୋଇ ପାରିଲା ନାହିଁ। ରାଜନୈତିକ ବିଶେଷଜ୍ଞ ମତରେ ବିଧାୟିକା ଓ ହର ସାହୁ ଉଭୟ ମିଶି ପ୍ରଚାର କରିଥିଲେ ବିଜେଡିର ଏକତରଫା ବିଜୟୀ ହୋଇଥାନ୍ତା। ଶ୍ରୀ ସାହୁଙ୍କ ନେତା ନବୀନ କିଛି ନକହିବାରୁ ଶ୍ରୀ ସାହୁ ନିର୍ବାଚନ ଠାରୁ ଦୂରେଇ ଶୃଙ୍ଖଳିତ କର୍ମୀ ଭାବରେ ଅଞ୍ଚଳ ବାହାରକୁ ପଳାଯାଇଥିଲେ। ବର୍ତ୍ତମାନ କିଛି ଦିନ ହେଲା ଶ୍ରୀ ସାହୁ ଜନ ସମ୍ପର୍କ ଆରମ୍ଭ କରିଛନ୍ତି। ଶ୍ରୀ ସାହୁ ବର୍ତ୍ତମାନ ଅବସରପ୍ରାପ୍ତ ପ୍ରଶାସନିକ ଅଧିକାରୀ ଗୋପବନ୍ଧୁ ଦାସଙ୍କ ସମ୍ପର୍କେ ଅଛନ୍ତି। ଶ୍ରୀ ସାହୁଙ୍କ ସମର୍ଥକ ଏଥର ଟିକେଟ ମାଗିବା ପାଇଁ ଭୁବନେଶ୍ଵର ମୁଖ୍ୟମନ୍ତ୍ରୀଙ୍କ ପାଖକୁ ଯିବେ ବୋଲି କୁହାଯାଉଛି। ବିଜେପିର କିଛି ବରିଷ୍ଠ ନେତା ଶ୍ରୀ ସାହୁଙ୍କ ଗତିବିଧି ଉପରେ ନଜର ରଖିଥିବା ନେଇ ଚର୍ଚ୍ଚା ଶୁଣିବାକୁ ମିଳୁଛି। କିଛି କହୁଛନ୍ତି ଶ୍ରୀ ସାହୁ ବିଜେପିକୁ ଯିବାର ସମ୍ଭାବନା ନାହିଁ ବରଂ ବିଜେଡିରୁ ଟିକେଟ ନମିଲେ ସ୍ବାଧୀନ ରେ ଲଢିବେ। କିନ୍ତୁ ଶ୍ରୀ ସାହୁ ବନ୍ଧୁ ମିଳନରେ ସାମ୍ବାଦିକ ମାନଙ୍କୁ ତାଙ୍କର ନେତା ନବୀନ, ନବୀନ ଯାହା ନିଷ୍ପତ୍ତି ନେବେ। ଆଗାମୀ ଦିନରେ କୋଦଳା ଠାରେ ବିଜେଡିର ପ୍ରତିଷ୍ଠା ଦିବସ ପାଳନ ହେବ। ଆଗାମୀ ଦିନରେ ଜଣାପଡିବ ଶ୍ରୀ ସାହୁଙ୍କ ପ୍ରତୀକ୍ଷାର ଅନ୍ତ ଘଟିବ ନା ପୁଣି ନିରାଶ ହେବେ ।