ପୂର୍ଣ୍ଣମାସୀ କ୍ଳବ ପୂରେନା ତରଫରୁ ମୁଖ୍ୟମନ୍ତ୍ରୀ ସହାୟତା ପାଣ୍ଠିକୁ ୨୧୦୦୦ ଟଙ୍କା ପ୍ରଦାନ ।

0 75

ପଦ୍ମପୁର(ପିପିଟି ନ୍ଯୁଜ୍)୦୫/୦୪-କୋରୋନା ଯେ କେତେ ଭୟଙ୍କର ଏହା ବର୍ତ୍ତମାନ ସାଧାରଣ ଲୋକ ମଧ୍ୟ ଅନୁଭବ କରି ସାରିଲେଣି । ବୋଧହୁଏ ଏଥିପାଇଁ ଏହି ମହାମାରୀ ର ମୁକାବିଲା କରିବା ପାଇଁ ସରକାରଙ୍କ ସହିତ ସାଧାରଣ ଜନତା ମଧ୍ୟ ଅଣ୍ଟା ଭିଡି ବାହାରି ଗଲେଣି । ଗତ କିଛିଦିନ ହେଲା ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ପଦ୍ମପୁର ଉପଖଣ୍ଡର ଅନେକ ଲୋକ ସହାୟତା ରାଶି ପ୍ରଦାନ କରିଛନ୍ତି ମହାମରୀର ମୁକାବିଲା କରିବା ପାଇଁ । ମାନ୍ୟବର ମୁଖ୍ୟମନ୍ତ୍ରୀ ନିଜର ତିନି ମାସର ଦରମା ମୁଖ୍ୟମନ୍ତ୍ରୀ ସହାୟତା ପାଣ୍ଠିକୁ ପ୍ରଦାନ କରିଛନ୍ତି । ପଦ୍ମପୁର ଉପଖଣ୍ଡ ପୁରେନା ଗ୍ରାମର ପୂର୍ଣ୍ଣମାସୀ କ୍ଳବ ଉପର ପଡା ତରଫରୁ ମୁଖ୍ୟମନ୍ତ୍ରୀ ସହାୟତା ପାଣ୍ଠିକୁ ଏକୋଇଶ ହଜାର ଟଙ୍କା ସହାୟତା ରାଶି ପଦ୍ମପୁର ଉପଜିଲ୍ଲାପାଳ ତନ୍ମୟ କୁମାର ଦରଓ୍ବାନ ଙ୍କ ଜରିଆରେ ପ୍ରଦାନ କରିଛନ୍ତି । ଏହି ଅବସରରେ ପଦ୍ମପୁର ବିଧାୟକ ବିଜୟ ରଂଜନ ସିଂ ବରିହା ଓ ପୂର୍ଣ୍ଣମାସୀ କ୍ଳବର ଲକ୍ଷପତି ବେହେରା,ଡୁଗୁରୁ ଭୁଇ,ଜଗଦିଶ ସାହୁ,ନେତ୍ରମଣି  ଭୋଇ,ଜାଇଲାଲ  ଗୁରୁ,ହେମନ୍ତ ବେହେରା,ଖୋଳଧର ପଟେଲ,କୃଷ୍ଣ କାଲୁ,କ୍ଷିତିପତି ଭୋଇ,ଭାରତ ପଟେଲ,ବନମାଳୀ ଭୋଇ,ଅନ୍ତଯ୍ୟାମୀ ନାୟକ ଉପସ୍ଥିତ ଥିଲେ ।
ରିପୋର୍ଟ – ନିରଞ୍ଜନ ତ୍ରିପାଠୀ ।

Leave A Reply

Your email address will not be published.