ପୁଲିସ ନିୟନ୍ତ୍ରଣ ବାହାରେ ଫୁଲବାଣୀ ସହର ।

0 409

ଫୁଲବାଣୀ,୦୭/୦୯(ପିପିଟି ); ପ୍ରାୟ ପ୍ରତ୍ୟେକ ଦିନ ସହରରେ ଛୋଟ ବଡ଼ ଚୋରି କ୍ରମାଗତ ଭାବେ ଚାଲିଥିବା ବେଳେ ପୋଲିସ ନିୟନ୍ତ୍ରଣକୁ ଆସିପାରୁନାହିଁ ସହର । ପୁଲିସ ଭୟରେ ସହର ଛାଡି ବାହାରକୁ ଚାଲିଯାଇଥିବା ପୁରୁଣା କ୍ରିମିନାଲ ବାହାରେ ନିଜର ଜୀବିକା ହରାଇ ପୁଣି ସହରକୁ ଫେରି ଆସିଛନ୍ତି । ନିଜର କିଛି ସହଯୋଗୀ ସୃଷ୍ଟି କରି ଚୋରି ରାହାଜାନି ଚଳାଇଛନ୍ତି । ଏହାଛଡ଼ା ସହରର ଗଳି କନ୍ଦିରେ ମଦ , ଗଞ୍ଜାଇ , ଡେନଡ୍ରାଇଡ଼ ଅବାଧରେ ବିକ୍ରି ଚାଲିଥିବାରୁ ଯୁବପେଡି ନିଶାଗ୍ରସ୍ତ ହେଇ ଚୋରି ରାହାଜାନୀ ଘଟାଉଥିବା ଦେଖିବାକୁ ମିଳୁଛି । ଏନେଇ ଥାନା ଅଧିକାରୀ ପୁଲିସ ଅସହାୟତା ପ୍ରକାଶ କରି କହିଛନ୍ତି ବର୍ତ୍ତମାନ ପରିସ୍ଥିତିରେ କରୋନା ଯୋଗୁଁ କାହାକୁ ଗିରଫ କଲେ କୋର୍ଟ ଚାଲାଣ କରିପାରୁନାହୁଁ, ଥାନାରେ ବି ଅଟକ ରଖିପାରୁନାହୁଁ କରୋନା ଭୟରେ ବର୍ତ୍ତମାନ କୋଭିଡ ଡ୍ଯୁଟି ଚାଲିଥିବା ଯୋଗୁଁ ଆବଶ୍ୟକ ମୁତାବକ ସୁରକ୍ଷା କର୍ମୀ ଅଭାବରୁ ପେଟ୍ରୋଲିଂ ପାଇଁ ଆବଶ୍ୟକ ପଡୁଥିବା ସୁରକ୍ଷା କର୍ମୀ ଯୋଗାଇ ପାରୁନାହୁଁ । ଏହାର ସୁଯୋଗ ନେଇ ସହରରେ ନିଶା ମାଫିଆ ଓ ଅସାମାଜିକ ବ୍ୟକ୍ତିଙ୍କର ମଧୁଚନ୍ଦ୍ରିକା ଚାଲିଥିବା ସହରରେ ଆଲୋଚନା ହେଉଛି । ଏହିଭଳିକି ସହରର ବରିଷ୍ଠ ନାଗରିକ ମନେ ମଧ୍ୟ ସୁରକ୍ଷିତ ମଣୁନଥିବା ମତ ପ୍ରକାଶ କରିଛନ୍ତି । ଜିଲ୍ଲା ପୁଲିସ ମୁଖ୍ୟାଳୟ ଏଥିପ୍ରତି ଦୃଷ୍ଟି ଦେଇ ଯୋଜନା ବଧ ଭାବେ ସହରକୁ ନିୟନ୍ତ୍ରଣକୁ ଆଣିବା ପାଇଁ ଦାବି ହେଉଛି । ରିପୋର୍ଟ – ଶିବାନନ୍ଦ ପଟ୍ଟନାୟକ ।

Leave A Reply

Your email address will not be published.