ଭୁବନେଶ୍ବର,୨୯/୦୧: ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସ ଆଉ ନାହାଁନ୍ତି। ଝାରସୁଗୁଡ଼ା ଜିଲ୍ଲା ବ୍ରଜରାଜନଗରରେ ଜଣେ ପୁଲିସ ଏଏସ୍ଆଇଙ୍କ ଗୁଳିମାଡ଼ର ଶିକାର ହେଲା ପରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ୬୧ ବର୍ଷ ବୟସରେ ପରଲୋକ ହୋଇଛି। ଭୁବନେଶ୍ବର ଆପଲୋ ହସ୍ପିଟାଲରେ ସ୍ବତନ୍ତ୍ର ମେଡିକାଲ ବିଶେଷଜ୍ଞ ଟିମ୍ ନବ ଦାସଙ୍କୁ ବଞ୍ଚାଇ ପାରି ନାହାଁନ୍ତି। ପଶ୍ଚିମ ଓଡ଼ିଶାର ଅନ୍ୟତମ ଟାଣୁଆ ନେତା ନବ ଦାସ ଆଉ ନାହାଁନ୍ତି ସତ କିନ୍ତୁ ସାଧାରଣ ଜନତାଙ୍କ ପାଇଁ ଲଢ଼େଇ କରିଥିବା ନବ ଦାସଙ୍କୁ ପଶ୍ଚିମ ଓଡ଼ିଶାବାସୀ ଭୁଲି ପାରିବେ ନାହିଁ। ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସଙ୍କ ବିୟୋଗରେ ଶୋକପ୍ରକାଶ କରିଛନ୍ତି ପ୍ରମୁଖ ବ୍ୟକ୍ତି ବିଶେଷ । ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।