ରାୟଗଡା,୧୨/୦୯(ପିପିଟି); ରାୟଗଡା ଜିଲ୍ଲା ରାମନାଗୁଡା ବ୍ଲକ ନିଲମଗୁଡା ଗ୍ରାମପଞ୍ଚାୟତ ଅଧିନ ସୁବାଇ ଗ୍ରାମରେ ରହୁଥିବା ପୁର୍ବତନ ବିଧାୟକ ରାମମୂର୍ତ୍ତି ମୁଟିକାଙ୍କ ଆଜି ୧୧.୩୦ରେ ପରଲୋକଗମନ କରିଛନ୍ତି। ସେ ୨୦୦୯ ରୁ ୨୦୧୪ ପର୍ଯ୍ୟନ୍ତ ଗୁଣୁପୁର ନିର୍ବାଚନମଣ୍ଡଳୀରୁ ବିଜେଡ଼ି ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ ଏବଂ ୨୦୦୯ ରୁ ୨୦୧୨ ପର୍ଯ୍ୟନ୍ତ ରାୟଗଡ଼ା ଜିଲ୍ଲା ବିଜେଡି ସଭାପତି ପଦରେ ରହିଥିଲେ। ପୂର୍ବରୁ ସେ ରାମନାଗୁଡା ବ୍ଲକ ଅଧ୍ୟକ୍ଷପଦରେ ୨ଥର ରହିଥିଲେ। ୨୦୧୪ରେ ତାଙ୍କୁ ଦ୍ଵିତୀୟଥର ଟିକଟ ନ ମିଳିବାରୁ ସେ ବିଜେପିରେ ଯୋଗ ଦେଇଥିଲେ।ଗତ ପଞ୍ଚାୟତ ନିର୍ବାଚନରେ ବିଜେପିର ମଙ୍ଗ ସମ୍ଭାଳି ରାମନାଗୁଡାରୁ ୨ଟି ଓ ପଦ୍ମପୁରରୁ ଗୋଟିଏ ଜିଲ୍ଲା ପରିଷଦ ଆସନ ହାସଲ କରିଥିଲେ।ତାଙ୍କ ବଡଝିଅ ସୁଜାତା ମାଣ୍ଡାଙ୍ଗୀଙ୍କୁ ମଧ୍ୟ ୨ ଥର ରାମନାଗୁଡାବ୍ଲକ ଅଧ୍ୟକ୍ଷା ଓ ଥରେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ପଦରେ ବସାଇବାରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ। ଗୁଣୁପୁର ନିର୍ବାଚନମଣ୍ଡଳୀର ୫ଟି ବ୍ଲକରେ ତାଙ୍କର ଖାସ ସମର୍ଥକ ଅଛନ୍ତି।ତାଙ୍କର ଅବର୍ତମାନରେ ଗୋଟିଏ ବିରାଟ ଶୁନ୍ୟସ୍ଥାନ ରହିଗଲା।ଦୀର୍ଘଦିନରୁ ସେ ମଧୁମେହରେ ପୀଡ଼ିତ ଥିଲେ ଓ ଗତ ୪ଦିନ ତଳେ ତାଙ୍କୁ ଶ୍ରୀକାକୁଲମ ମେଡିକାଲକୁ ନେଇ ଚିକିତ୍ସା କରାଯାଉଥିଲା ସେଠାରେ ସେ ପ୍ରାଣ ହରାଇଥିଲେ। (ରିପୋର୍ଟ – ନବୀନ ନାୟକ ବେହେରା ।)