କୋଦଳା,୦୫/୦୬(ପିପିଟି); କରୋନା ମହାମାରୀ ସହ ସମଗ୍ର ବିଶ୍ୱ ଲଢେଇ କରୁଛି ଏଭଳି ସମୟରେ ରକ୍ତର ଅଭାବ ଦୂରୀକରଣ ପାଇଁ ପୁରୁଷୋତ୍ତମପୁର ବ୍ଲକ ବଡ ଖରିଡା ଗ୍ରାମସ୍ଥିତ ବାବା କାଳେଶ୍ଵର ମନ୍ଦିର ପରିସରରେ “ଓଡିଶା ମୋ ପରିବାର” ଏବଂ ଜୀବନ ବିନ୍ଦୁ ତରଫରୁ ଏକ ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇଯାଇଛି ।ଏଥିରେ କବିସୂର୍ଯ୍ୟନଗର ବିଧାୟିକା ଲତିକା ପ୍ରଧାନ ଯୋଗଦେଇ ଏହି ରକ୍ତ ଦାନ ଶିବିରକୁ ଉଦଘାଟନ କରିଛନ୍ତି ।ରକ୍ତଦାନ ଶିବିରରେ ବିଧାୟିକା ଉପସ୍ଥିତ ରହି ରକ୍ତଦାତାଙ୍କୁ ଉତ୍ସାହିତ କରିବା ସହ ଏଭଳି କରୋନା ମହାମାରୀ ସମୟରେ ରକ୍ତ ଦାନ ଭଳି ମହତ କାର୍ଯ୍ୟ କରିଥିବାରୁ ଧନ୍ୟବାଦ ଜଣାଇଥିଲେ । ଏହି ଶିବିରରେ ୪୮ ୟୁନିଟ ରକ୍ତ ସଂଗୃହିତ ହୋଇଛି । ଏହି ଶିବିରରେ ଅନ୍ୟମାନଙ୍କ ମଧ୍ୟରେ ଗଞ୍ଜାମ ଜିଲ୍ଲା ଯିବନ ବିନ୍ଦୁ ସଂଯୋଜକ ସୁବାସ ମହାରଣା,ବିଜେଡି ରାଜ୍ୟ ସାଧାରଣ ସମ୍ପାଦକ ଜଗନ୍ନାଥ ସାବତ, ପୁରୁଷୋତ୍ତମପୁର ବ୍ଲକ ଅଧ୍ୟକ୍ଷ୍ୟ ସୂର୍ଯ୍ୟ ନାରାୟଣ ପଣ୍ଡା,ଆସିକା ସଂସଦୀୟ କ୍ଷେତ୍ର ଜୀବନ ବିନ୍ଦୁ ସଂଯୋଜକ ନିର୍ମଳ ସାହୁ,ଜିଲ୍ଲାପରିଷଦ ସଦସ୍ୟ ନାରାୟଣ ରାଓଙ୍କ ସମେତ ସରପଞ୍ଚ ଓ ସମିତି ସଭ୍ୟ ପ୍ରମୁଖ ଉପସ୍ଥିତ ଥିଲେ ।
(ରିପୋର୍ଟ- ସୂର୍ଯ୍ୟ ନାରାୟଣ ବଡୁ। )