ପୁଣି ହୋଇପାରିଲା ନାହିଁ କୋଦଳା ଏନ୍ଏସି କାଉଁନସିଲ ବୈଠକ; ବିଧାୟିକା ଓ ସାସଂଦ ପ୍ରତିନିଧିଙ୍କୁ ଡାକି ଅପମାନିତ କଲେ ଅଧ୍ୟକ୍ଷ ।

0 290

କୋଦଳା,୨୮/୦୧(ପିପିଟି):ଗଞ୍ଜାମ ଜିଲ୍ଲା କୋଦଳା ଏନ୍ଏସି କଲ୍ୟାଣ ମଣ୍ଡପରେ ଆଜି ଆୟୋଜିତ କାଉଁନସିଲ ବୈଠକ ହଟଗୋଳ ମଧ୍ୟରେ ବନ୍ଦ ହୋଇଯାଇଥିବା ଦେଖିବାକୁ ମିଳିଛି । ବୈଠକ ଆରମ୍ଭରୁ କାଉଁସିଲର ମାନେ ପୂର୍ବ ବୈଠକର ପ୍ରୋସିଡିଙ୍ଗ ମିଳିନଥିବାରୁ ହଟଗୋଳ କରିବା ସହିତ ପ୍ରୋସିଡିଙ୍ଗ ନ ମିଳିବା ପର୍ଯ୍ୟନ୍ତ ବୈଠକ ହୋଇପାରିବ ନାହିଁ ବୋଲି ଅଡିବସିଥିଲେ । ନିର୍ବାହୀ ଅଧିକାରୀ କହିଥିଲେ ପ୍ରୋସିଡିଙ୍ଗ ରେ ଅଧ୍ୟକ୍ଷ ମନମୁଖୀ କାର୍ଯ୍ୟ କରି ଆଲୋଚନା ହୋଇନଥିବା କିଛି ପ୍ରସ୍ତାବ ସେଥିରେ ଯୋଗ କରିଥିବାରୁ ଜିଲ୍ଲାପାଳଙ୍କ ଅନୁମୋଦନ ହୋଇପାରିନାହିଁ ଫଳରେ ପ୍ରୋସିଡିଙ୍ଗ ଦିଆଯାଇନାହିଁ, ଏଥିରେ ବିଧାୟିକା ପ୍ରୋସିଡିଙ୍ଗ ଦେଖିବା ସହିତ ଜାଲିଆତି ହୋଇଥିବା ଦେଖି ନିର୍ବାହୀ ଅଧିକାରୀଙ୍କୁ ଏହାର କାରଣ ପଚାରିବାରେ ଅଧ୍ୟକ୍ଷ ଉତକ୍ଷିପ୍ତ ହୋଇ ବିଧାୟିକା ଓ ସାଂସଦ ପ୍ରତିନିଧି ଙ୍କୁ ଅପମାନିତ କରିଥିବା ଦେଖିବାକୁ ମିଳିଥିଲା । ଅଧ୍ୟକ୍ଷ ନିଜର ଦୋଷ ଦୁର୍ବଳତା ଲୁଚାଇବାକୁ ଯାଇ ଏଥିପାଇଁ ନିଜ କର୍ମଚାରୀଙ୍କୁ ଦାୟୀ କରିବାରୁ କର୍ମଚାରୀ ଅସନ୍ତୋଷ ପ୍ରକାଶ କରିଥିଲେ ଏବଂ ଏହାର ଉତ୍ତର ରେ ସମସ୍ତ କର୍ମଚାରୀଙ୍କୁ ଦୁର୍ନୀତି କାର୍ଯ୍ୟ ରେ ଲିପ୍ତ ରହିବାକୁ ଅଧ୍ୟକ୍ଷ ଚାପ ପକାଉଥିବା ଦର୍ଶାଇ ବୈଠକରେ କର୍ମଚାରୀ ବଡ଼ବାବୁ ଅସନ୍ତୋଷ ବ୍ୟକ୍ତ କରି ଅଧ୍ୟକ୍ଷଙ୍କୁ ହାତ ଯୋଡି କହିଥିଲେ ଯଦି ଆପଣ ମତେ ଇଲିଗାଲ କାମ ପାଇଁ ବାଧ୍ୟ କରିବେ ତାହାଲେ ମୁଁ ଚାକିରୀରୁ ଇସ୍ତଫା ଦେବୀ ପଛେ ଆପଣଙ୍କ ଇଲିଗାଲ କାମ କରିପାରିବି ନାହିଁ ବୋଲି କହିଛନ୍ତି । ଯାହାକୁ ସମସ୍ତ କର୍ମଚାରୀ ଠିଆହୋଇ ସମର୍ଥନ କରିଥିବା ଦେଖିବାକୁ ମିଳିଥିଲା । ଏହାକୁ ନେଇ ବହୁ ସମୟ ଧରି କଥା କଟାକଟି ଦେଖିବାକୁ ମିଳିଥିଲା ନିର୍ବାହୀ ଅଧିକାରୀ ମଧ୍ୟ ଇଲିଗାଲ କାର୍ଯ୍ୟ କରିବାକୁ ବାଧ୍ୟ କରୁଥିବା ସ୍ୱୀକାର କରିଥିଲେ ଓ ସମୟ ସମୟରେ ରେ କର୍ଯ୍ୟରତ କର୍ମଚାରୀଙ୍କୁ ଭୟଭୀତ କରାଉ ଥିବା ମଧ୍ୟ ଅଭିଯୋଗ କରିଛନ୍ତି ନିର୍ବାହୀ ଅଧିକାରୀ । କାର୍ଯ୍ୟାଳୟ ନିର୍ଦ୍ଦେଶ ନଥାଇ ଏକ ବୈଠକରେ ଅଧ୍ୟକ୍ଷ ନିଜ ସମର୍ଥିତ କିଛି ହାତ ଗଣତି କାଉନସିଲରଙ୍କୁ ନେଇ ନିଜେ ନିଜେ ନିଜ ଘରେ ବସି ବିଭିନ୍ନ ପ୍ରକଳ୍ପକୁ ମଞ୍ଜୁର କରିବା ସହ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ଏଥିରେ ସହଯୋଗ କରିବା ପାଇଁ ମଧ୍ୟ ବାଧ୍ୟ କରୁଥିବା ନିଜେ କାର୍ଯ୍ୟନିର୍ବାହୀ ଅଧିକାରୀ ଏହି ବୈଠକ ରେ କହିଛନ୍ତି ।ବୈଠକ ନ ଡାକି କାଉନସିଲରଙ୍କ ନାମ ରେ ହାଇକୋର୍ଟରେ ଏକ କେଶ ଫାଇଲ କରିଥିବାରୁ କାଉନସିଲର ମନେ ଉତକ୍ଷିପ୍ତ ହୋଇ ହୋ ହାଲ୍ଲା କରିଥିଲେ । ଶୀଘ୍ର ପ୍ରୋସିଡିଙ୍ଗ ପ୍ରଦାନ ସହିତ କେଶ ନ ଉଠାଇଲେ ଆମେ କୌଣସି କ୍ଷେତ୍ରରେ ସହଯୋଗ କରିବୁ ନାହିଁ ବୋଲି କିଛି କାଉନସିଲର ଅଡିବସିଥିଲେ ।ଏଥିରେ ଏମିତି କାହିଁକି ମନଇଚ୍ଛା କାର୍ଯ୍ୟ କରାଯାଉଛି ବୋଲି ପଚାରିବାରେ ବୈଠକରେ ଯୋଗଦେଇଥିବା ବିଧାୟିକା ଓ ସାଂସଦ ପ୍ରତିନିଧିଙ୍କୁ ଅଧ୍ୟକ୍ଷ ଅପମାନିତ କରୁଥିବା ଦେଖିବକୁ ମିଳିଛି । ଆଜିର ବୈଠକ ଆରମ୍ଭରୁ ହିଁ ହଟଗୋଳ ହୋଇ ବନ୍ଦ ହୋଇଯାଇଥିବା ବେଳେ ଅଧ୍ୟକ୍ଷଙ୍କ ମନମୁଖୀ କାର୍ଯ୍ୟକଳାପ ଉପରେ କାଉଁସିଲରଙ୍କ ସମେତ ସମସ୍ତ ଏନ୍ଏସି ର କର୍ମଚାରୀ ମଧ୍ୟ ବିରକ୍ତ ପ୍ରକାଶ କରିଛନ୍ତି ।
(ରିପୋର୍ଟ- ସୂର୍ଯ୍ୟନାରାୟଣ ବଡୁ। )

Leave A Reply

Your email address will not be published.