ପୁଣି ହାତୀ ଉପଦ୍ରବରେ ଅତିଷ୍ଟ ଚାଷୀ ।

0 402

ଶେରଗଡ଼,୧୮/୦୨(ପିପିଟି);ଗଞ୍ଜାମ ଜିଲ୍ଲା ଶେରଗଡ଼ ବ୍ଲକ ତକାରଡ଼ା ପଞ୍ଚାୟତ ର ଭୁଷୁଣ୍ଡା ଗ୍ରାମରେ ମଧ୍ୟ ରାତ୍ରି ହାତୀ ପଲ ପଶି କିଛି ଚାଷୀଙ୍କ ,ମକା, ଟମାଟ, ଫୁଲ କୋବି, ଫଳ କୋବି, ପିଆଜ, କଦଳୀ, ପଣସ ଗଛ ଆଦି ଇତ୍ୟାଦି ଫସଲ ହାତୀପଲ ପଶି କ୍ଷୟ କ୍ଷତି କରିଥିବା ସହ ବିଭିନ୍ନ ପ୍ରକାର ପନିପରିବା ନଷ୍ଟ କରିଥିବା ଜଣାପଡିଛି । ଜଙ୍ଗଲ ବିଭାଗର ଅପାରଗତା ପାଇଁ କଷ୍ଟ ଭୋଗୁଛନ୍ତି ନିରୀହ ଏବଂ ଅସହାୟ ଚାଷୀ। ହାତୀକୁ ମାରିଲେ ଜଙ୍ଗଲ ବିଭାଗ ଏତଲା ଦେବେ ମାତ୍ର ହାତୀ ଜୀବନ ଲୋକଙ୍କ ଜୀବନ ନେଲେ କିମ୍ବା ଫସଲ ନଷ୍ଟ କଲେ କୌଣସି ପ୍ରତିକାର ନାହିଁ। ଭୁଷୁଣ୍ଡା ଗ୍ରାମର ଭଜରାମ ସ୍ୱାଇଁ, ପାଣ୍ଡବ ସ୍ୱାଇଁ, ପିତବାସ ସ୍ୱାଇଁ, ମାଗୁଣି ସ୍ୱାଇଁ, କୃଷ୍ଣ ନାୟକ, ଗନ୍ତାୟତ ସ୍ୱାଇଁ, ଭଗବାନ ନାୟକ, ଗଣେଶ ପାତ୍ର, ତାରିଣୀ ନାୟକ, ଟୁକୁନା ସ୍ୱାଇଁ, ସନ୍ୟାସୀ ସ୍ୱାଇଁ, ତ୍ରିନାଥ ସ୍ୱାଇଁ,ସୁଦାମ ସ୍ୱାଇଁ, ସରତସ୍ୱାଇଁ, ଶ୍ରୀକାନ୍ତ ସ୍ୱାଇଁଙ୍କ ବିଲରେ ହାତୀ ପଶି ବ୍ୟାପକ କ୍ଷୟ କ୍ଷତି କରିଛନ୍ତି।ଟଙ୍କା କରଜ କରି ଫସଲ କରିଥିବା ଭାଜରାମ ସ୍ୱାଇଁ ଆର୍ଥିକ ସ୍ଥିତି ସମ୍ପୂର୍ଣ ଭାଙ୍ଗି ପଡ଼ିଥିବା ବେଳେ ସେ ଆକୁଳ ହୋଇ ସରକାରୀ ସାହାଯ୍ୟ ପାଇଁ ନିବେଦନ କରିଛନ୍ତି। କିନ୍ତୁ ବର୍ତ୍ତମାନ ସୁଦ୍ଧା ଜଙ୍ଗଲ ବିଭାଗର ଅଧିକାରୀ ଘଟଣା ସ୍ଥଳରେ ପହଞ୍ଚି କ୍ଷୟ କ୍ଷେତିର ଆକଳନ ତଦନ୍ତ କରିନଥିବା ଜଣାପଡିଛି ।

(ରିପୋର୍ଟ- ଭିକୁ ନାୟକ। )

Leave A Reply

Your email address will not be published.