ମାଲକାନଗିରି,୨୨/୦୯(ପିପିଟି): ମାଲକାନଗିରି ଜିଲ୍ଲା ଅନ୍ତର୍ଗତ ମାଥିଲି ବ୍ଲକର ହଲଦୀକୁଣ୍ଡ ଆଦିବାସୀ ଗ୍ରାମରେ ଅଜଣା ରୋଗରେ ମୃତ୍ୟୁ ସଂଖ୍ୟା ୯ କୁ ବୃଦ୍ଧି ପାଇଥିବା ବେଳେ ପୁଣି ବୁଧବାରେ ଚିକିତ୍ସିତ ହୋଇ ହଳଦିକୁଣ୍ଡ ଗାଁକୁ ଫରିଥିବା ଲକ୍ଷ୍ମା ମାଡକାମୀଙ୍କର ଅଧ ରାତିରେ ମତ୍ଯୁ ଘଟିଛି । ଏହି ମୃତ୍ଯୁ ବିଭୀଷିକା ଲାଗି ରହିଥିବା ବେଳେ ଗାଁରେ କୋକୁଆ ଭୟରେ ଲୋକେ ଡୁମାକୁ ପୂଜା ପାଠ କରୁଥିବା ଜଣାପଡିଛି । ବିବରଣୀରୁ ପ୍ରକାଶ ଯେ,ହଳଦୀ କୁଣ୍ଡ ଗ୍ରାମର ଲକ୍ଷ୍ମା ମାଡକାମୀ ଗତ ୧୩ ତାରିଖରେ ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଅଜଣା ରୋଗରେ ଆକ୍ରାନ୍ତ ହୋଇ ଗୁରୁତର ଅବସ୍ଥାରେ ଚିକିତ୍ସା ପାଇଁ ଭର୍ତ୍ତି ହୋଇ ଥିଲେ। ୪ଦିନ ଚିକିତ୍ସା ପରେ ସୁସ୍ଥ ହୋଇଥିବା ଡାକ୍ତର କହିବା ପରେ ଲକ୍ଷ୍ମାଙ୍କୁ ୧୭ ତାରିଖରେ ଡାକ୍ତରଖାନାରୁ ମୁକ୍ତ କରାଯାଇଥିଲା। ଲକ୍ଷ୍ମା ମାଡ଼କମିଙ୍କର ବୁଧବାର ରାତିରେ ପୁନର୍ବାର ଭୀଷଣ ପେଟ ବ୍ଯଥା ହେବାରୁ ତାଙ୍କୁ ହସ୍ପିଟାଲକୁ ନେବା ପାଇଁ ପ୍ରସ୍ତୁତ ହେଉଥିବା ବେଳେ ରାତି ମୃତ୍ୟୁ ବରଣ କରିଥିଲେ।ବର୍ତ୍ତମାନ ମତ୍ଯୁ ସଂଖ୍ଯା ସରକାରୀ ଭାବେ ୯କୁ ବୃଦ୍ଧି ପାଇଛି । ଏବେ ମଧ୍ଯ ସେହି ଅଜଣା ରୋଗ
କବଳରେ ସେହି ଗ୍ରାମର ଲୋକେ ଆତଙ୍କିତ । ମୃତ୍ଯୁରେ ବିରାମ ଲାଗୁ ନାହିଁ । ଅନ୍ଯପକ୍ଷରେ ମାଲକାନଗିରି ଜିଲ୍ଲ ମୁଖ୍ଯ ଚିକିତ୍ସାଳୟ ଓ ମାଥିଲି ଡାକ୍ତରୀ ଦଳ ସହିତ କୋରାପୁଟ ଓ ଭୁବନେଶ୍ୱରରୁ ଡାକ୍ତରୀ ଦଳ ଉକ୍ତ ଗ୍ରାମକୁ ଯାଇ ରୋଗୀଙ୍କ ଚିକିତ୍ସା କରିବା ସହ ରକ୍ତ ନମୁନା, ପାନୀୟ ଜଳ, ଦେଶୀ ମଦ ସଂଗ୍ରହ କରି ପରୀକ୍ଷାଗାରକୁ ପଠାଇ ଏକ ମାସ ବିତିଯାଇଥିଲେ ମଧ୍ଯ ରୋଗର ସଂପର୍କରେ ସଠିକ କାରଣ ଜଣାପଡ଼ି ନାହିଁ। ହଳଦୀକୁଣ୍ଡ ଗ୍ରାମରେ ଉତ୍ତମ ଚିକିତ୍ସା ଅଭାରୁ କ୍ରମାଗତ ଭାବେ ରୋଗୀମାନେ ଅକାଳରେ ମୃତ୍ଯୁ ବରଣ କରୁଥିବାରୁ ଆମ୍ ଆଦମୀ ପାର୍ଟି ପକ୍ଷରୁ ଶୁକ୍ରବାର ଦିନ ମାଥିଲି ବ୍ଲକ ଘେରାଉ କରାଯିବ ବୋଲି କେ ଦେଶୀରାଜୁ ଆଚାରୀ ଗଣମାଧ୍ଯମକୁ ଅବଗତ କରାଇଛନ୍ତି ।
(ରିପୋର୍ଟ:ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ, ମାଲକାନଗିରି)
Prev Post