ପୁଣି ଅଲୋଡ଼ା ଶିଶୁ କନ୍ୟା : ସଦ୍ୟଜାତ ମୃତ ଶିଶୁକନ୍ୟାକୁ ରାସ୍ତ କଡ଼ରେ ପକାଇଦେଇ ଚାଲିଗଲା ମା’ ।

0 323

ଯାଜପୁର,୨୬/୦୫(ପିପିଟି): ପୁଣି ଶିଶୁ କନ୍ୟା ହେଲା ଅଲୋଡ଼ା। ଯାଜପୁର ଜିଲ୍ଲା ଧର୍ମଶାଳା ନଦୀ ବନ୍ଧ ରାସ୍ତା ପାର୍ଶ୍ୱରୁ ଆଜି ଏକ ସଦ୍ୟଜାତ ଶିଶୁ କନ୍ୟାର ମୃତଦେହ ଉଦ୍ଧାର କରାଯାଇଛି। ବାତ୍ୟା ୟସର ପ୍ରଭାବରେ କେହି ବାହାରକୁ ବାହାରି ନଥିବା ବେଳେ ଏହାର ପ୍ରକୋପ କମିବା ପରେ ଆଜି ଅପରାହ୍ନ ସମୟରେ ସ୍ଥାନୀୟ ଲୋକେ ଦେଖିବାକୁ ପାଇଥିଲେ। ଖବର ପାଇ ଧର୍ମଶାଳା ପୋଲିସ ଶିଶୁ କନ୍ୟାଟିର ମୃତଦେହକୁ ଉଦ୍ଧାର କରିଛି। ଏପଟେ  ଅଭିଯୋଗ ହୋଇଛି କି  କୁଆଖିଆ ଥାନା ଗୋପାଳପୁର ଗ୍ରାମର  ଜନୈକା ମହିଳା ଗତକାଲି ରାତିରେ ଧର୍ମଶାଳା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଏକ ଶିଶୁକନ୍ୟାକୁ ଜନ୍ମ ଦେଇଥିଲେ। ଜନ୍ମ ହେବା ପରେ ଶିଶୁକନ୍ୟାଟିର କୌଣସି କାରଣରୁ ମୃତ୍ୟୁ ଘଟିଥିଲା। ଏହା ପରେ ସେମାନେ ଶିଶୁକନ୍ୟାଟିକୁ ଏଠାରେ ଫିଙ୍ଗିଥିବା ଜଣାପଡିଛି। ଏନେଇ ଧର୍ମଶାଳା ପୋଲିସ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଯାଇ ଘଟଣା ସମ୍ପର୍କରେ ଅଧିକ ତଦନ୍ତ ଜାରି ରଖିଛି।

Leave A Reply

Your email address will not be published.