ପୁଟିଆପଦର ପଞ୍ଚାୟତ: ନିର୍ମାଣଧୀନ ପୋଖରୀ ଗାର୍ଡୱାଲ୍ ଧସିବା ଘଟଣା ,ଏପ୍ରିଲ ୦୮ରିଖରେ ଗଞ୍ଜାମ ଜିଲ୍ଲାପାଳଙ୍କ କୋର୍ଟରେହେବ ଶୁଣାଣି ।

0 354

ବ୍ରହ୍ମପୁର,୦୨/୦୪(ପିପଟି): ଗଞ୍ଜାମ ଜିଲ୍ଲା ଅନ୍ତର୍ଗତ ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳୀ ହିଞ୍ଜିଳି କାଟୁ ବ୍ଲକର ପୁଟିଆପଦର ଠାରେ ମହାତ୍ମାଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନାରେ ନିର୍ମାଣାଧୀନ ଗାର୍ଡ୍ୱୱାଲ ତଥା ପୋଖରୀର ଉନ୍ନତିକରଣ ଓ ସଶକ୍ତିକରଣ କାର୍ଯ୍ୟ ଶେଷ ନହେବା ପୂର୍ବରୁ ଗତ ନଭେମ୍ବର ୧୩/୨୦୨୧ରିଖ ଦିନ ଗାର୍ଡୱାଲଟି ନିମ୍ନମାନର କାର୍ଯ୍ଯହେତୁ ସମ୍ପୂର୍ଣ୍ଣ ଧସିଯାଇଥିଲା । ଏହି କାର୍ଯ୍ୟରେ କାର୍ଯ୍ୟ ଆରମ୍ଭ ଓ ଶେଷ ପର୍ଯ୍ୟନ୍ତ କୌଣସି ସୂଚନାଫଳକ ଲାଗିନଥିବା ସ୍ତାନୀୟ ଜନସାଧାରଣଙ୍କ ଆଲୋଚନାରୁ ପ୍ରକାଶ । ଏହି ଘଟଣାକୁ ନେଇ ସମରଜିତ୍ ମହାନ୍ତି ତଦନ୍ତ ପାଇଁ ଗଞ୍ଜାମ ଜିଲ୍ଲାପାଳଙ୍କ ଠାରେ ଲିଖିତ ଅଭିଯୋଗ କରିଥିଲେ । ତଦନ୍ତରେ ଶୀତଳତା ଯୋଗୁଁ ଶ୍ରୀ ମହାନ୍ତି ମାନ୍ୟବର ଓଡିଶା ଉଚ୍ଚ ନ୍ୟାୟାଳୟରେ ରିଟ୍ ପିଟିସନ ଦାଖଲ କରିଥିଲେ। ଉଚ୍ଚ ନ୍ୟାୟାଳୟ ଗଞ୍ଜାମ ଜିଲ୍ଲାପାଳଙ୍କୁ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ । ଜିଲ୍ଲାପାଳଙ୍କ କାର୍ଯ୍ଯାଳୟର ପତ୍ରଙ୍କ ନମ୍ବର ୨୯୯୬ /xxxII -୧୪୯/୨୦୨୧ ତଥା ତାରିଖ ୨୮-୦୩-୨୦୨୨ ପ୍ରକାରେ କେସ ନମ୍ବରW.P(c)-୪୦୯୦୭/୨୦୨୧ ର ମାମଲା ଆସନ୍ତା ୦୮-୦୪-୨୦୨୨ ରିଖ ଅପରାହ୍ନ ୦୩ ଘଣ୍ଟା ସମୟରେ ଶୁଣାଣି କରିବା ପାଇଁ ଧାର୍ଯ୍ୟ ହୋଇଥିବା ଜଣାପଡିଛି। ଏହି ପତ୍ରରେ ଡିଆରଡିଏ ଅଧିକ୍ଷଣ ଯନ୍ତ୍ରୀ ଏବଂ ହିଞ୍ଜିଳି ବିଡ଼ିଓଙ୍କୁ ମଧ୍ୟ ପାତ୍ରଙ୍କ ନମ୍ବର ୨୯୯୭/୨୮-୦୩-୦୨୨୨ ପ୍ରକାରେ ଜିଲ୍ଲାପାଳଙ୍କ କୋର୍ଟରେ ଶୁଣାଣି ସମୟରେ ଉପସ୍ଥିତ ରହିବାପାଇଁ ନିର୍ଦ୍ଦେଶ ରହିଛି। ବହୁଦିନପରେ ହିଞ୍ଜିଳି ବ୍ଲକରେ ଉନ୍ନୟନ ମୁଳକ କାର୍ଯ୍ୟରେ ହୋଇଥିବା ଅନିୟମିତତା କାର୍ଯ୍ୟ ଉପରେ ପ୍ରଥମଥର ପାଇଁ ଜନଶୁଣାଣୀ ହେବକୁ ଯାଉଛି । ଏହି ଘଟଣାକୁ ନେଇ ଏବେ ସବୁଠି ଚର୍ଚ୍ଚା ।
(ରିପୋର୍ଟ -ଅଜିତ କୁମାର ପଟ୍ଟନାୟକ ।)

Leave A Reply

Your email address will not be published.