ଭଞ୍ଜନଗର,୨୦/୦୧(ପିପିଟି); ଭଞ୍ଜନଗର ଏନ୍ଏସି ର ୯ନଂ ୱାର୍ଡରେ ବୁଧବାର ଠାରୁ ଆରମ୍ଭ ହୋଇଛି ପି. ଜଗଦୀଶ ରାଓ ମେମୋରିଆଲ ହ୍ୟାଣ୍ଡବଲ ଟୁର୍ଣ୍ଣାମେଣ୍ଟ। ଏଥିରେ ଆଖପାଖ ଅଞ୍ଚଳର ମୋଟ ୧୬ଟି ଦଳ ଅଂଶ ଗ୍ରହଣ କରୁଥିବା ଜଣାପଡ଼ିଛି। ଆସନ୍ତା ୨୬ତାରିଖରେ ଏହାର ଫାଇନାଲ ମ୍ୟାଚ ଅନୁଷ୍ଠିତ ହେବ।ଆଜିର ଉଦ୍ଘାଟନୀ ମ୍ୟାଚରେ ମୁଖ୍ୟ ଅତିଥି ଭାବେ ବ୍ଲକ ବିଜେଡ଼ି ସଭାପତି ରାଜେନ୍ଦ୍ର ପ୍ରଧାନ, ସମ୍ମାନିତ ଅତିଥି ଭାବେ ଭଞ୍ଜନଗର ପ୍ରେସ କ୍ଲବ ସଭାପତି ଲୋକନାଥ କର, ପୂର୍ବତନ ଏନ୍ଏସି ଅଧ୍ୟକ୍ଷ ସୁଧୀର ରଞ୍ଜନ ବେହେରା, ସମାଜସେବୀ ଶୂଳପାଣି ଶତପଥି,ପଞ୍ଚାନନ ପାଳ ଉପସ୍ଥିତ ଥିଲେ।ପ୍ରଥମ ମ୍ୟାଚଟି ଘାସି ସାହି ସହ ସାନ ତୋଟା ସାହି ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ଏଥିରେ ସାନ ତୋଟା ବିଜୟୀ ହୋଇଥିବା ବେଳେ ଦ୍ଵିତୀୟ ମ୍ୟାଚ ବଡ଼ ତୋଟା ସାହି ଓ ବେଣାକୁନ୍ଦା ମଧ୍ୟରେ ଅନୁଷ୍ଠିତ ହୋଇଥିଲା।ଏଥିରେ ବଡ଼ ତୋଟା ସାହି ବିଜୟୀ ହୋଇଛି।ଉଭୟ ମ୍ୟାଚରେ ପିଣ୍ଟୁ ପାତ୍ର ରେଫରି ଦାୟୀତ୍ୱ ତୁଲାଇଥିଲେ। ପି. ଶ୍ରୀନିବାସ ରାଓଙ୍କ ଦ୍ଵାରା ଆୟୋଜିତ ଏହି ଟୁର୍ଣ୍ଣାମେଣ୍ଟରେ ନୀଳ ପାତ୍ରଙ୍କ ସମେତ ଏହି ୱାର୍ଡର ଯୁବଗୋଷ୍ଠୀ ସହଯୋଗ କରିଥିଲେ।
(ରିପୋର୍ଟ- ଜୟକୃଷ୍ଣ ପଟ୍ଟନାୟକ। )