ପିଲାଙ୍କ ପାଇଁ ଗୋଟିଏ ଦିନ କାର୍ଯ୍ୟକ୍ରମ ।

0 335

ଶେରଗଡ଼,୧୪/୦୯(ପିପିଟି) : ଶେରଗଡ଼ ବ୍ଲକର ମହୁପଦର ଗ୍ରାମପଞ୍ଚାୟତ ଠାରେ ପିଲାଙ୍କ ପାଇଁ ଗୋଟିଏ ଦିନ କାର୍ଯ୍ୟକ୍ରମ ପାଳନ କରାଯାଇଛି, ଏହି କାର୍ଯ୍ୟକ୍ରମ ପଞ୍ଚାୟତ କାର୍ଯ୍ୟକ୍ରମ ଦଳ କମିଟି, ନିର୍ଭୟ ଖଦି ଓ ମୋ ଗେଲ୍ହା ଝିଅ ଦ୍ୱାରା ମହୁପଦର ଠାରେ ଝିଅ ମାନଙ୍କୁ କମ ବୟସରେ ବିବାହ, ଶିଶୁ ମୃତ୍ୟୁ ହାର କମଇବା, ଶିଶୁ ଶ୍ରମିକ ହଟାଇବା ଓ ଭୃଣ ହତ୍ୟା ଏହି ଭଳି ଭିଭିନ୍ନ କାର୍ଯ୍ୟକଳାପ କୁ କମାଇବା ସହିତ ଶିଶୁମାନଙ୍କ ଶିକ୍ଷା,ଝିଅମାନଙ୍କୁ ପ୍ରାପ୍ତ ବୟସରେ ବିବାହ ଓ ଶିଶୁ ମାନଙ୍କ ଉଜ୍ୱଳ ଭବିଷ୍ୟ ନିମନ୍ତେ ପିଲାଙ୍କ ପାଇଁ ଗୋଟିଏ ଦିନ କାର୍ଯ୍ୟକ୍ରମ କରାଯାଇଛି, ଏହି କାର୍ଯ୍ୟକ୍ରମରେ ତହସିଲଦାର ଦୟାସିନ୍ଧୁ ପରିଡା,ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶମ୍ଭୁନାଥ ନନ୍ଦୀ,ସିଡିପିଓ ଗୀତା ରାଣୀ ରାଉଳ,ସରପଞ୍ଚ ଗୋଲାପ ପ୍ରଧାନ, ଅଙ୍ଗନବାଡି କର୍ମୀ ଟୁନି ବିଶୋଇ, ଗ୍ରାମସେବକ ଜି.ରବି କୁମାର, ସମସ୍ତ ମଣ୍ଡଳ ପରିଦର୍ଶିକା ମଞ୍ଜୁଲତା ପଟ୍ଟନାୟକ, ସ୍ମିତାମୟୀ ପ୍ରଧାନ, ମିନତୀ ଜେନା, ଏ. ବାସନ୍ତୀ ଦେବି, କନକ, ଅନୁରାଧା ପାଢ଼ୀ, ଝିଲି ପ୍ରଧାନ, ଆଶା କର୍ମୀ, କିଶୋରୀ ବାଳକ ଓ ବାଳିକା, ଏସ. ଏଚ. ଜି ମାଆ ମାନେ ଉପସ୍ଥିତ ଥିଲେ ।

Leave A Reply

Your email address will not be published.