ବ୍ରହ୍ମପୁର, ୧୦/୧୦(ପିପିଟି): ପିପୁଲ୍ସ ପ୍ରେସ୍ ଟ୍ରଷ୍ଟ ପକ୍ଷରୁ ଗଞ୍ଜାମ ଜିଲ୍ଲାରେ କାର୍ଯ୍ୟରତ ପ୍ରତିନିଧି ମାନଙ୍କ ଏକ ବନ୍ଧୁ ମିଳନ କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ହୋଇଯାଇଛି। ପିପିଟି ସଭାପତି ଦେବସ୍ମିତା ମହାନ୍ତି, ସମ୍ପାଦକ ସମରଜିତ୍ ମହାନ୍ତି,ଯୁଗ୍ମ ସମ୍ପାଦକ ଅଜିତ କୁମାର ପଟ୍ଟନାୟକ, ବ୍ରହ୍ମପୁର ଉପଖଣ୍ଡ ପ୍ରତିନିଧି ଆରତ କୁମାର ହୋତା, ଶେରଗଡ ପ୍ରତିନିଧି ଭିକୁ ନାୟକ, ହିଞ୍ଜିଳିକାଟୁ ପ୍ରତିନିଧି ଶାନ୍ତୁନୁ ବେହେରା,ବ୍ରହ୍ମପୁର ପ୍ରତିନିଧି ଏସ ବିଜୟ ଲକ୍ଷ୍ମୀ, କବିସୂର୍ଯ୍ୟନଗର ପ୍ରତିନିଧି ଉମାଚରଣ ପଟ୍ଟନାୟକ, ପୋଲସରା ପ୍ରତିନିଧି ସନ୍ତୋଷ କୁମାର ପଣ୍ଡା ଓ ଟି ଶରତ କୁମାର ସୁବୁଦ୍ଧି, କବିସୂର୍ଯ୍ୟନଗର ପ୍ରେସ କ୍ଲବ ସାଧାରଣ ସମ୍ପାଦକ ସପ୍ନେଶ୍ବର ପାଣିଗ୍ରାହୀ ପ୍ରମୁଖ ଅଂଶଗ୍ରହଣ କରିଥିଲେ।