ହିଞ୍ଜିଳିକାଟୁ,୦୮/୦୬(ପିପିଟି); ପିପୁଲ୍ସ ପ୍ରେସ୍ ଟ୍ରଷ୍ଟ ପକ୍ଷରୁ କୋଭିଡ- ୧୯କୁ ନଜରରେ ରଖି ବିଭିନ୍ନ ସାମାଜିକ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି। ଏହି ପରିପ୍ରେକ୍ଷୀରେ ହିଞ୍ଜିଳିକାଟୁ ଥାନା ଅଧିକାରୀ ଅଭିମନ୍ଯୁ ଦାସ ଓ ଏସ.ଡି.ପି.ଓ. ଉମା ଶଙ୍କର ସିଂ ଙ୍କୁ ପିପିଟି ପକ୍ଷରୁ ସମ୍ପାଦକ ସମରଜିତ୍ ମହାନ୍ତି, ଯୁଗ୍ମ ସମ୍ପାଦକ ଅଜିତ କୁମାର ପଟ୍ଟନାୟକ ସାକ୍ଷାତ କରି ସାନିଟାଇଜର,ମାସ୍କ, ଛତା ଓ ହେଣ୍ଡ ଗ୍ଲୋବସ ପ୍ରଦାନ କରିଛନ୍ତି। ଗ୍ରାମାଞ୍ଚଳର ଲୋକ ମାନେ ବିଭିନ୍ନ ଅଭିଯୋଗ ନେଇ ଆସୁଥିବାବେଳେ ସେମାନଙ୍କୁ ମାସ୍କ ବ୍ଯବହାର କରିବା ପାଇଁ ଦିଆଯିବ ଏବଂ ପୁଲିସ କର୍ମଚାରୀ ମାନେ ଖରା ଓ ବର୍ଷାରେ ରାସ୍ତାରେ ଠିଆ ହୋଇ ଟ୍ରାଫିକ ନିୟନ୍ତ୍ରଣ କରୁଛନ୍ତି ସେମାନଙ୍କ ପାଇଁ ଛତା ବ୍ଯବହାର କରିବା ପାଇଁ ପିପିଟି ପକ୍ଷରୁ ଗୋଟିଏ ଛୋଟିଆ ପ୍ରୟାସ କରାଯାଇଛି। ଏହି କାର୍ଯ୍ୟକ୍ରମରେ ପିପିଟି ସାମ୍ବାଦିକ ଆରତ କୁମାର ହୋତା ,ପିପିଟି ହିଞ୍ଜିଳିକାଟୁ ପ୍ରତିନିଧି ଶାନ୍ତୁନୁ କୁମାର ବେହେରା,ସାମ୍ବାଦିକ ରଞ୍ଜିତ ପୋଲାଇ, ,ଥାନା ତରଫରୁ ଏସ. ଆଇ ଶରତ ଚନ୍ଦ୍ର ରାୟ ଓ ହାବିଲଦାର ପ୍ରମୋଦ କୁମାର ଗନ୍ତାୟତ ପ୍ରମୁଖ ଉପସ୍ଥିତ ଥିଲେ।