ପିପିଟି ପକ୍ଷରୁ ଶେରଗଡ ଅଞ୍ଚଳରେ ମାସ୍କ ଓ ସାବୁନ ବଣ୍ଟନ।

0 582

ବ୍ରହ୍ମପୁର, ୧୧/୦୬(ପିପିଟି); ପିପୁଲ୍ସ ପ୍ରେସ୍ ଟ୍ରଷ୍ଟ ପକ୍ଷରୁ ଶେରଗଡ ଅଞ୍ଚଳରେ ମାସ୍କ ଓ ସାବୁନ ବଣ୍ଟନ କରାଯିବା ସହିତ କରୋନା ସମ୍ପର୍କରେ ସଚେତନ କରାଯାଇଛି। ପିପିଟି ଶେରଗଡ ପ୍ରତିନିଧି ଭିକୁ ନାୟକଙ୍କ ତତ୍ତ୍ବାବଧାନରେ ସଚେତନ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ଗ୍ରାମାଞ୍ଚଳର ଲୋକଙ୍କ ପାଖରେ ପହଞ୍ଚି ତାଙ୍କର ହାତକୁ ସାନିଟାଇଜର କରିବା ସହିତ ପ୍ରତ୍ୟେକ ଦିନ ହାତକୁ ବାରମ୍ବାର ଧୋଇବା,ଉଷୁମ ପାଣି ପିଇବା,ସାମାଜିକ ଦୂରତ୍ବ ରଖିବାକୁ ସଚେତନ କରାଯାଇଛି, ଏହିଭଳି ସଚେତନତା ମାଧ୍ଯମରେ ପିପିଟି ପକ୍ଷରୁ ଏକ ଛୋଟିଆ ପ୍ରୟାସ ଆରମ୍ଭ କରାଯାଇଛି।

Leave A Reply

Your email address will not be published.