ପିପିଟି ପକ୍ଷରୁ ପୁରୁଷୋତ୍ତମପୁର ଥାନାକୁ ସାନିଟାଇଜର,ମାସ୍କ ଓ ଛତା ପ୍ରଦାନ।

0 722

ବ୍ରହ୍ମପୁର,୦୮/୦୬(ପିପିଟି); ପିପୁଲ୍ସ ପ୍ରେସ୍ ଟ୍ରଷ୍ଟ ପକ୍ଷରୁ କୋଭିଡ- ୧୯କୁ ନଜରରେ ରଖି ବିଭିନ୍ନ ସାମାଜିକ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି। ଏହି ପରିପ୍ରେକ୍ଷୀରେ ପୁରୁଷୋତ୍ତମପୁର ଥାନା ଅଧିକାରୀ ଜଗନ୍ନାଥ ମଲ୍ଲିକଙ୍କୁ ପିପିଟି ପକ୍ଷରୁ ସମ୍ପାଦକ ସମରଜିତ୍ ମହାନ୍ତି, ଯୁଗ୍ମ ସମ୍ପାଦକ ଅଜିତ କୁମାର ପଟ୍ଟନାୟକ, ସାମ୍ବାଦିକ ଆରତ କୁମାର ହୋତା ସାକ୍ଷାତ କରି ସାନିଟାଇଜର,ମାସ୍କ, ଛତା ଓ ହେଣ୍ଡ ଗ୍ଲୋବସ ପ୍ରଦାନ କରିଛନ୍ତି। ଗ୍ରାମାଞ୍ଚଳର ଲୋକ ମାନେ ବିଭିନ୍ନ ଅଭିଯୋଗ ନେଇ ଆସୁଥିବାବେଳେ ସେମାନଙ୍କୁ ମାସ୍କ ବ୍ଯବହାର କରିବା ପାଇଁ ଦିଆଯିବ ଏବଂ ପୁଲିସ କର୍ମଚାରୀ ମାନେ ଖରା ଓ ବର୍ଷାରେ ରାସ୍ତାରେ ଠିଆ ହୋଇ ଟ୍ରାଫିକ ନିୟନ୍ତ୍ରଣ କରୁଛନ୍ତି ସେମାନଙ୍କ ପାଇଁ ଛତା ବ୍ଯବହାର କରିବା ପାଇଁ ପିପିଟି ପକ୍ଷରୁ ଗୋଟିଏ ଛୋଟିଆ ପ୍ରୟାସ କରାଯାଇଛି।

Leave A Reply

Your email address will not be published.