ପିପିଟି ପକ୍ଷରୁ ଆସିକା ଥାନା ଅଧିକାରୀଙ୍କୁ ସମ୍ମାନିତ କରାଯାଇଛି।

0 351

ଆସିକା,୨୯/୦୩(ପିପିଟି): ପିପୁଲ୍ସ ପ୍ରେସ୍ ଟ୍ରଷ୍ଟ ପକ୍ଷରୁ ଆସିକା ଥାନା ଅଧିକାରୀ ପ୍ରଶାନ୍ତ କୁମାର ସାହୁଙ୍କୁ ତାଙ୍କର କାର୍ଯ୍ଯ ଦକ୍ଷତା ପାଇଁ ସମ୍ମାନିତ କରାଯାଇଛି। ଥାନା ଅଧୀକାରୀ ଶ୍ରୀ ସାହୁ ଜନ ସମ୍ପର୍କ ସୃଷ୍ଟି କରିବା,ବୃତ୍ତିଗତ ପାରିଦର୍ଶିତା, ସ୍ବଚ୍ଛତା, ନିଷ୍ଠାପରତା,ତ୍ବରିତ କାର୍ଯ୍ଯାନୁଷ୍ଠାନ, ଦଳଗତ କାର୍ଯ୍ଯ ଓ ଆଇନ ଶୃଙ୍ଖଳା ବ୍ଯବସ୍ଥାର ଉନ୍ନତି ଆଣିବା ସହିତ ସମଗ୍ର ଦେଶରେ ଆସିକା ଥାନାକୁ ଶ୍ରେଷ୍ଠ ଥାନା ଭାବରେ ପହଞ୍ଚାଇ ପୁରସ୍କାର ପାଇ ପୁଲିସର ଭାବମୂର୍ତ୍ତିକୁ ବହୁ ଉଚ୍ଚରେ ପହଞ୍ଚାଇଥିବାରୁ ପିପିଟି ପକ୍ଷରୁ ସମ୍ମାନିତ କରାଯାଇଛି। ପିପିଟି ପକ୍ଷରୁ ଉପସଭାପତି ବିଘ୍ନେଶ୍ୱର ସାହୁ, ସମ୍ପାଦକ ସମରଜିତ୍ ମହାନ୍ତି ଓ କମିଟି ସଦସ୍ଯ ସପ୍ନେଶ୍ବର ପାଣିଗ୍ରାହୀ କୋଦଳା ଥାନାରେ ପହଞ୍ଚି ପୁଷ୍ପଗୁଚ୍ଛ ପ୍ରଦାନ କରିବା ସହିତ ଉପଢୌକନ, ମାନପତ୍ର ଓ ବୁଦ୍ଧଙ୍କ ପ୍ରତିମୂର୍ତ୍ତି ଦେଇ ସମ୍ମାନିତ କରିଥିଲେ। ଥାନା ଅଧିକାରୀ ଶ୍ରୀ ସାହୁ ସର୍ବଦା ଜନତାର ସେବା ପାଇଁ ଅସୀମ ସାହସ ଓ ଧୈର୍ଯ୍ଯବାନ ହୁଅନ୍ତୁ ବୋଲି ପିପିଟି ପକ୍ଷରୁ କାମନା କରାଯାଇଛି।

Leave A Reply

Your email address will not be published.