ବୋଲଗଡ଼,୨୫/୦୨(ପିପିଟି):ବୋଲଗଡ ପାଇଁ ପ୍ରତିନିଧିତ୍ୱ କରୁଥିବା ପିପିଟି ନ୍ୟୁଜ୍ ର ପ୍ରତିନିଧି ସୁଶାନ୍ତ କୁମାର ପ୍ରଧାନଙ୍କର ବୋଉ ଲକ୍ଷ୍ମୀ ପ୍ରଧାନ ୬୮ବର୍ଷ ବୟସରେ ମାଉଥ କ୍ୟାନସର ଜନିତ ରୋଗରେ ପୀଡ଼ିତ ଥିଲେ। ଶ୍ରୀମତୀ ପ୍ରଧାନ ଙ୍କର ୨୪ତାରିଖ ସଂଧ୍ୟା ୭ଟାରେ ନିଜବାସ ଭବନରେ ନିଧନ ଘଟିଛି। ପ୍ରଧାନଙ୍କର ସ୍ୱାମୀ ଜୟକୃଷ୍ଣ ପ୍ରଧାନ ଜଣେ ପ୍ରତିଷ୍ଠିତ ଓ ରିଟାୟଡମେଣ୍ଟ ଫରେଷ୍ଟ ଅଟନ୍ତି। ଶ୍ରୀମତୀ ପ୍ରଧାନ ଏକ ଧାରାରେ ମିଷ୍ଟଭାଷୀ, ନିଷ୍କପଟ,ଦୟାଳୁ,ଧର୍ମପରାୟଣା, ମେଳାପି ଓ ପରୋଉପକାରି ଥିଲେ। ଶେଷ ନିଶ୍ୱାସତ୍ୟାଗ ସମୟରେ ଚାରି ପୁଅ, ତିନିବୋହୁ ଝିଅ ଜ୍ୱାଇଁ,ନାତିନାତୁଣି ଓ ବନ୍ଧୁବର୍ଗ ଉପସ୍ଥିତ ଥିଲେ। ରାତି ୧ଘଣ୍ଟିକାରେ ତାଙ୍କର ପାଟବନ୍ଧ ଗ୍ରାମ ସ୍ମସାନରେ ଶେସକୃତ୍ୟ ସମ୍ପର୍ଣ କରାଯାଇଛି। ଶ୍ରୀମତୀ ପ୍ରଧାନଙ୍କର ବିୟୋଗରେ ସମଗ୍ର ପାଟବନ୍ଧ ଗ୍ରାମ ଓ ସାମ୍ବାଦିକ ମହଲରେ ଶୋକର ଛାୟା ଖେଳିଯାଇଛି।