ପିପିଟି ନ୍ଯୁଜ୍ ର ପ୍ରଭାବ,ନଳକୂପ ମରାମତି ହେଲା।

0 290

ବୋଲଗଡ଼,୦୨/୦୨(ପିପିଟି);ବୋଲଗଡ଼ ବ୍ଲକ ଅନ୍ତର୍ଗତ ସାଗରଗୁଆଁ ଗ୍ରାମପଞ୍ଚାୟତ ର ଗୋଡିଆଳି ଗ୍ରାମରେ ଓ ସ୍କୁଲ ନିକଟରେ ଥିବା ନଳକୂପ ଟି ଦୀର୍ଘଦିନ ଧରି ଅଚଳ ଅବସ୍ଥାରେ ପଡ଼ି ରହିଥିଲା ଯାହା କି ସେଠାରେ ଥିବା ୫୦ଟି ପରିବାର ଓ ସ୍କୁଲର ଛାତ୍ର ଛାତ୍ରୀ ମାନେ ପାନୀୟ ଜଳର ଅସୁବିଧାର ସମ୍ମୁଖିନ ହୋଇଥିଲେ। ଯାହାକି ସେଠାକାର ବାସିନ୍ଦା ପିପିଟି ନ୍ଯୁଜ୍ ନଜର କୁ ଆଣିବାରେ ସାହାଯ୍ୟ କରିଥିଲେ। ଗତ ୨୦. ୧.୨୧,ରେ ପିପିଟି ନ୍ଯୁଜ୍ ରେ ପ୍ରସାରିତ ହେବାଦ୍ୱାରା RWSS ସେକ୍ସନରୁ କର୍ମଚାରୀ ମାନେ ଆସି ନଳକୂପର ତୁରନ୍ତ ମରାମତି କରିଥିଲେ ଯାହାକି ସେଠାରେ ଚଳୁଥିବା ୫୦ଟି ପରିବାର ଏବଂ ସ୍କୁଲ୍ ରେ ବ୍ୟବହାର ହେବା ପାଇଁ ପାନୀୟ ଜଳର ସୁବିଧା ହୋଇ ପାରିଛି। ତତ୍ ସହିତ ସେଠାର ବାସିନ୍ଦା ମାନେ ଓ ପୂର୍ବତନ ସମିତି ସଭ୍ୟ ତପନ କୁମାର ପ୍ରଧାନ ପିପିଟି ନ୍ଯୁଜ୍ କୁ ଧନ୍ୟବାଦ ଅର୍ପଣ କରିଛନ୍ତି।

(ରିପୋର୍ଟ- ସୁଶାନ୍ତ କୁମାର ପ୍ରଧାନ। )

Leave A Reply

Your email address will not be published.