ପିଏ ଦେବ ନାରାୟଣ ପଣ୍ଡାଙ୍କ ମୃତ୍ୟୁମାମଲା; କ୍ରାଇବ୍ରାଞ୍ଚର ତଦନ୍ତ ଆରମ୍ଭ ।

0 788

ମାଲକାନଗିରି, ତା:୦୧/୦୨(ପିପିଟି);ପୂର୍ବତନ ଜିଲ୍ଲାପାଳଙ୍କ ପିଏ ଦେବନାରାୟଣ ପଣ୍ଡାଙ୍କ ମୃତ୍ୟୁ ମାମଲାର ତଦନ୍ତ କରିବା ଶକାସେ ଆଜି ମାଲକାନଗିରି ଜିଲ୍ଲାରେ କ୍ରାଇମବ୍ରାଞ୍ଚ ଦଳ ପହଞ୍ଚିଛି। ଜଣେ ଡିଏସପିଙ୍କ ସମେତ ଦୁଇ ଜଣ ଇନସପେକ୍ଟର ପହଞ୍ଚି ପ୍ରଥମେ ମୃତ ଦେବ ନାରାୟଣ ପଣ୍ଡାଙ୍କ ଘରକୁ ଯାଇ ପତ୍ନୀ ବନଜା ପଣ୍ଡାଙ୍କୁ ପଚରାଉଚରା କରିଥିଲେ। ଦୀର୍ଘ ସମୟ ଧରି ପଚରାଉଚରା କରିବା ପରେ ପତ୍ନୀ ବଜନା ପଣ୍ଡା ଗଣମାଧ୍ୟମ ଆଗରେ ସେ ସବୁର ବିବରଣୀ ରଖିଥିଲେ। ବନଜା ପଣ୍ଡାଙ୍କ ଅଭିଯୋଗ ହେଲା ପୁଣି ଜଣେ ଡିଏସପି ପାହ୍ଯାର ପୋଲିସ ଏହି ଘଟଣାର ତଦନ୍ତ କରିବା କେତେ ଦୂର ସମୀଚୀନ। ଜଣେ ଆଇପିଏସ ଏବଂ ଜଣେ ଆଇଏଏସଙ୍କୁ ଏମାନେ କିପରି ଜେରା କରିବେ ବୋଲି ସେ ପ୍ରଶ୍ନ କରିଥିଲେ ? ତତ୍କାଳିନ ମାଲକାନଗିରି ଜିଲ୍ଲାପାଳ ମନୀଷ ଅଗ୍ରୱାଲଏବଂ ତାଂକର ସହଯୋଗୀମାନେ ମୋ ସ୍ବାମୀକୁ ହତ୍ୟା କରିଛନ୍ତି। ତେଣୁ ଏହାର ବିଧିବଦ୍ଧ ତଦନ୍ତ ହେବା ଦରକାର ବୋଲି ବନଜା କ୍ରାଇମ ବ୍ରାଞ୍ଚ ଦଳ ସମ୍ମୁଖରେ ମତବ୍ଯକ୍ତ କରିଥିଲେ। ପ୍ରଥମେ ମାଲକାନଗିରିରେ ଏସାଇଟି ଗଠନ କରି ଜଣେ ଡିଏସପି ହିଁ ଦେବ ନାରାୟଣ ପଣ୍ଡାଙ୍କ ମୃତ୍ୟୁ ସଂପର୍କରେ ତଦନ୍ତ ଆରମ୍ଭ କରିଥିଲେ। ସେ ପ୍ରଥମରୁ ପୁଣି ଏହି ଘଟଣାର ଖୋଳତାଡ ଆରମ୍ଭ କରିଥିବା ବେଳେ ଆଜି ପୁଣି କ୍ରାଇମବ୍ରାଞ୍ଚର ଜଣେ ଡିଏସପି ପାହ୍ୟାର ପଦାଧିକାରୀ ଆସି ଏହି ଘଟଣାର ପ୍ରାଥମିକ ଯାଞ୍ଚ ଆରମ୍ଭ କରିଛନ୍ତି।କେତେ ଥର ଏଭଳି ପ୍ରଥମରୁ ତନଦ୍ତ କରାଯିବ ବୋଲି ସେ ପ୍ରଶ୍ନ କରିଛନ୍ତି ? ଜଣେ ଡିଆଇଜି ସ୍ତରୀୟ ଅଫିସର ଯଦି ଏହି ଘଟଣାର ତଦନ୍ତ କରିଥାନ୍ତେ ତେବେ ଏହାର ସତ୍ୟାସତ୍ୟ ପଦାକୁ ଆସିପାରନ୍ତା ବୋଲି ବନଜା ପଣ୍ଡା କହିଛନ୍ତି। ନଚେତ ସିବିଆଇକୁ ଏହି କେଶ ହସ୍ତାନ୍ତର କରାଯାଉ ବୋଲି ସେ ଗଣ ମାଧ୍ଯମ ସମ୍ମୁଖରେ ଦାବି କରିଛନ୍ତି।
(ରିପୋର୍ଟ:ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ,ମାଲକାନଗିରି)

Leave A Reply

Your email address will not be published.