ପାହାଡି ତରଙ୍ଗର ରୌପ୍ୟ ଜୟନ୍ତୀ ପାଳନ ପାଇଁ ପ୍ରସ୍ତୁତି ବୈଠକ ।

0 220

ବାଲିଗୁଡା,୦୯/୦୨(ପିପିଟି): କନ୍ଧମାଳ ଜିଲ୍ଲାର ସର୍ବପୁରାତନ ସାଂସ୍କୃତିକ ଓ ପାରମ୍ପାରିକ ଅନୁଷ୍ଠାନ ପାହାଡି ତରଙ୍ଗ ତାର ଶୁଭାରମ୍ଭ ୨୫ବର୍ଷ ତଳେ ଅଞ୍ଚଳର କଳା, ସଂସ୍କୃତି ଓ ପରମ୍ପରାକୁ ପାଥେୟ କରି କିଛି ସ୍ଥାନୀୟ କଳାକାର ମାନଙ୍କୁ ନେଇ ଆରମ୍ଭ ହୋଇଥିଲା । ଏବେ ତାର ରୌପ୍ୟ ଜୟନ୍ତି ପାଳନ ପାଇଁ ପ୍ରସ୍ତୁତି କରୁଛି। ଏହି ଅବସରର ଏକ ବୈଠକ ଅନୁଷ୍ଠିତ ହୋଇଥିଲା ଉକ୍ତ ବୈଠକରେ କନ୍ଧମାଳ ଜିଲ୍ଲାର ବିଲୁପ୍ତ ପ୍ରାୟ କଳା ଓ ସଂସ୍କୃତିକୁ କିଭଳି ଲୋକଲୋଚନକୁ ଆଣି ପାରିବ ସେ ଦିଗରେ ଆଲୋଚନା ହୋଇଥିଲା। ଏହି ବୈଠକ ରେ ଅନୁଷ୍ଠାନର ପ୍ରତିଷ୍ଠାତା ସଭାପତି କୌଶିକ ସାହୁ ଅଧ୍ୟକ୍ଷତା କରିଥିବା ବେଳେ ମିହିର କାନ୍ତ ପାଢ଼ୀ ଅତିଥି ପରିଚୟ ପ୍ରଦାନ କରିଥିଲେ ଅନ୍ୟ ମାନଙ୍କ ମଧ୍ୟରେ ଉପଦେଷ୍ଟା ରାମାନନ୍ଦ ଗୋସ୍ୱାମୀ, ସମ୍ପାଦକ କେଦାର ନାଥ ନାୟକ ସଭା ପରିଚାଳନା କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଉମାକାନ୍ତ ଦିଗାଲ, ମିହିର କାନ୍ତ ପାଢ଼ୀ,ଉପ ସଭାପତି ସନ୍ତୋଷ କୁମାର ଦାଶ, ମନୋରଞ୍ଜନ ରାୟ, ଅବନୀ କାନ୍ତ ନାୟକ, କେଦାର ନାଥ ନାୟକ, ବିଶ୍ୱଜିତ ସାହୁ, ଗୋପାଳ କୃଷ୍ଣ ନାୟକ, ସରୋଜ କୁମାର ନାୟକ, ପୀତବାସ ନାୟକ, ଫକୀର ନାୟକ ପ୍ରମୁଖ ଉପସ୍ଥିତ ରହି ନିଜ ନିଜର ସୁଚିନ୍ତିତ ମତାମତ ପ୍ରଦାନ କରିଥିଲେ। ଏହା ସହ ଅନୁଷ୍ଠାନର ସମସ୍ତ କଳାକାର ମାନେ ମଧ୍ୟ ଉପସ୍ଥିତ ଥିଲେ ।
(ରିପୋର୍ଟ:-ସୁଶାନ୍ତ କୁମାର ପାଣିଗ୍ରାହୀ)

Leave A Reply

Your email address will not be published.