ପାହାଡ଼ ବନ୍ଦ , କ୍ରସରକୁ କଞ୍ଚାମାଲ ଆସୁଛି କେଉଁଠୁ ? ତହସିଲଦାର ଓ ମାଫିଆ ମଧୁଚନ୍ଦିକା ହାଟରେ ପଡି ଦାଣ୍ଡରେ ଗଡୁଛି ।

0 329

ଯାଜପୁର,୦୭/୦୮(ପିପିଟି); ଯାଜପୁର ଜିଲ୍ଲା ଧର୍ମଶାଳା ତହସିଲ ଅଧୀନରେ ଥିବା ବିଭିନ୍ନ ମୌଜାରେ ଅନେକ ବେଆଇନ କ୍ରସର ଦୀର୍ଘ ଦିନ ହେବ ଗଢିଉଠିଛି । ସେହିପରି କିଛି ପରିବେଶ ମଞ୍ଜୁରୀ ପାଇଥିବା କ୍ରସର ମଧ୍ୟ ରହିଛି । ବାଜବାଟି , ଉର୍ମେଇ ଓ ଝାରଷୋହଳ ଆଦି ମୌଜାରେ ଏହି ସବୁ କ୍ରସର ଗୁଡିକ କାର୍ଯ୍ୟ କରୁଛି। ବର୍ତ୍ତମାନ ବାଜବାଟି କଳା ପଥର ପାହାଡର ଅନେକ ସାଇରତ ଲିଜ ନହୋଇ ବନ୍ଦ ରହିଛି । ହେଲେ ଏଠାରେ ଥିବା କ୍ରସର ଗୁଡିକ ପାର୍ଶ୍ୱରେ ଶହ ଶହ ଟ୍ରିପ କଳା ପଥର ମହଜୁଦ ରହିଛି । ଏତେ ପରିମାଣରେ କଳା ପଥର କେଉଁଠୁ ଆସୁଛି ବୋଲି ସାଧାରଣରେ ଆଲୋଚନା ହେଉଛି । ଏହି ସବୁ କ୍ରସର ଗୁଡିକ ବାଜବାଟି ପାହାଡ ପାଦଦେଶରେ ଗଢି ଉଠିଛି । ଯଦି ତହସିଲ ପକ୍ଷରୁ ବାଜବାଟିର ଅନେକ ସାଇରତ ବନ୍ଦ ରହିଛି ତେବେ ସାଇରତ ଗୁଡିକୁ ଲିଜ ପ୍ରଦାନ କରାଯାଇନାହିଁ । ହେଲେ କ୍ରସର ମାଲିକ ମନେ ବେଆଇନ ଭାବେ ଅନ୍ୟତ୍ର ପଥର ଆଣି କ୍ରସର ଚଳାଉ ଥିବାରୁ ସରକାର ରାଜସ୍ବ ହେଉଛନ୍ତି ବୋଲି ସ୍ଥାନୀୟ ଲୋକମାନେ ଅଭିଯୋଗ କରିଛନ୍ତି । କଞ୍ଚା ମାଲ ଗୁଡିକ ୱାଇ ଫର୍ମ ଜରିଆରେ ସାଇରତରୁ ଅଣାଯାଇଥାଏ । ଏପଟେ ବାଜବାଟି ପାହାଡ଼ରୁ କଞ୍ଚାମାଲ ପରିବହନ ବନ୍ଦ ରହିଛି । ଅସାଧୁ କ୍ରସର ମାଲିକ ନିଜ ନିଜ କ୍ରସରରେ ହଜାର ହଜାର ଟନ କଳା ପଥର ମହଜୁଦ ରଖିଥିବା ଦେଖିବାକୁ ମିଳୁଛି । ବିଶେଷ କରି ବାଜବାଟି ମୌଜାରେ ଥିବା କଳିଙ୍ଗ କ୍ରସର ଓ ମା’ କ୍ରସରରେ ପର୍ଯ୍ୟାପ୍ତ ପରିମାଣରେ ପଥର ମହଜୁଦ ରହିଛି । ବାଜବାଟି ରେ କିଛି ସଇରତ ବନ୍ଦ ରହିଥିବା ବେଳେ ଏଠାକୁ ଏତେ ପରିମାଣରେ କଳା ପଥର କେଉଁଠୁ ଆସିଲା ବୋଲି ଲୋକେ ପ୍ରଶ୍ନ ଉଠାଇଛନ୍ତି । ବିନା ୟାଇ ଫର୍ମରେ କିଭଳି ଏତେ ପରିମାଣର କଳା ପଥର ମହଜୁଦ ରଖାଯାଇଛି । ଏନେଇ ତହସିଲଦାର ଉକ୍ତ କ୍ରସର ଗୁଡିକ ଉପରେ ଚଢ଼ାଉ କରି ୟାଇ ଫର୍ମ ଯାଞ୍ଚ କରିବା କଥା । ହେଲେ ତହସିଲଦାର ଏଭଳି ଘଟଣାରେ ପଦକ୍ଷେପ ନେଉନଥିବାରୁ ଅସାଧୁ କ୍ରସର ମାଲକମାନେ କ୍ରିୟାଶୀଳ ହୋଇ ଚୋରାରେ ଅନ୍ୟତ୍ର କଳା ପଥର ପରିବହନ କରି କ୍ରସର ଚଳାଇ ଆସୁଛନ୍ତି । ସେମାନେ କୋଟିକୋଟି ଟଙ୍କା ମୁନାଫ ଗୋଟାଉଥିବା ବେଳେ ସରକାରଙ୍କ ଖାତାକୁ ଟଙ୍କା ଯାଉନାହିଁ । ସେହିପରି ଉର୍ମେଇ ଓ ଝାରଷୋହଳ ମୌଜାରେ ଥିବା କିଛି କ୍ରସରରେ ମଧ୍ୟ ବିନା ୱାଇ ଫର୍ମରେ ଶହ ଶହ ଟ୍ରିପ କଳା ପଥର ଠୁଳ ହୋଇଥିବା ଦେଖିବାକୁ ମିଳୁଛି । ଏହାର ପ୍ରତିକାର ଦିଗରେ ଜିଲା ପ୍ରଶାସନ କିମ୍ବା ସ୍ଥାନୀୟ ତହସିଲ କୌଣସି ଆଖିଦୃଷ୍ଟିରେ ପଦକ୍ଷେପ ନେଉନାହାଁନ୍ତି। ଯାହା ଫଳରେ ଅସାଧୁ କ୍ରସର ମାଲିକମାନେ ଏହି ଢଙ୍ଗରେ ସରକାରଙ୍କୁ ଅର୍ଥ ଠକି ନିଜେ ମାଲାମାଲ ହେଉଛନ୍ତି। ପ୍ରକାଶ ଥାଉକି ଜିଲା ପ୍ରଶାସନ ପକ୍ଷରୁ ଟାସ୍କଫୋର୍ସ ଗଠନ କରାଯାଇ ବିଭିନ୍ନ ସ୍ଥାନରେ ଗଢିଉଥିବା ବେଆଇନ କ୍ରସର ଗୁଡିକୁ ଉଛେଦ କରିବା ପାଇଁ ଉଦ୍ୟମ କରାଯାଇଥିଲା । ହେଲେ ବାଜବାଟି ମୌଜାରେ ଜିଲା ପ୍ରଶାସନର ପାଦ ପଡି ନଥିଲା । ଟାସ୍କଫୋର୍ସ ମାଧ୍ୟମରେ ତିନିଥର ଉଦ୍ୟମ କରାଯାଇଥିବା ବେଳେ ତାହା ଫଳବତୀ ହୋଇନଥିଲା । ଗତ ଦୁଇ ବର୍ଷ ମଧ୍ୟରେ ଜିଲ୍ଲାପାଳଙ୍କ ନିର୍ଦେଶରେକ ବିଛାଖଣ୍ଡି , ଅଞ୍ଜିରା , କୁସୁନପୁର ,ବାରମାଣ ଓ ବାଘୁଆ ଆଦି ମୌଜାରେ ଗଢିଉଥିବା ବେଆଇନ କ୍ରସର ଉଛେଦ ନେଇ ଉଦ୍ୟମ କରାଯାଇଛି । ହେଲେ ଆରୁହା ଓ ବାଜବାଟି , ଝାର ଷୋହଳ ଓ ଉର୍ମେଇ ମୌଜାରେ ଗଢିଉଥିବା ବେଆଇନ କ୍ରସର ଗୁଡ଼ିକୁ ଉଛେଦ କରିବା ନେଇ ଜିଲା ପ୍ରଶାସନ ପକ୍ଷରୁ କେବେ ଉଦ୍ୟମ ଆରମ୍ଭ କରାଯାଇ ନାହିଁ । ଏହି ଉଦ୍ୟମ କେବେ ଆରମ୍ଭ ହେବ ତାହା ସମୟ କହିବ । ଅନ୍ୟପଟେ ବାଜବାଟି ପାହାଡର କିଛି ସାଇରତ ଲିଜ ନହୋଇ ବନ୍ଦ ରହିଥିବା ବେଳେ ଆଉ କିଛି ସାଇରତରେ ଜଳ ଜମି ରହିଥିବାରୁ ପଥର ଉତ୍ତୋଳନ ହୋଇପାରୁନାହିଁ । ଫଳରେ ସଂପୃକ୍ତ ଲିଜଧାରୀଙ୍କୁ ଅନେକ କ୍ଷତି ସହିବାକୁ ପଡୁଛି । ଏହାର ସୁଯୋଗ ନେଇ ଅନ୍ୟ କ୍ରସର ମାଲିକ ମାନେ ବିନା ୟାଇ ଫର୍ମରେ ଅନ୍ୟତ୍ର ଶହ ଶହ ଟ୍ରିପ ଚୋରାରେ କଳା ପଥର ଆଣି ଠୁଳ କରିଛନ୍ତି । ତାହା ବେଆଇନ ହୋଇଥିବା ବେଳେ ଏହାକୁ ଅସାଧୁ କ୍ରସର ମାଲିକ ମାନେ ଭୁକ୍ଷେପ କରୁନାହାନ୍ତି । ଏଥିନେଇ ତସସିଲ ପକ୍ଷରୁ ଦୃଢ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରା ଯିବା ଉଚିତ ବୋଲି ବିଭିନ୍ନ ମହଲରେ ମତପ୍ରକାଶ ପାଇଛି । କିନ୍ତୁ ଧର୍ମଶାଳା ତହସିଲଦାର ଚାର୍ଜରେ ଥିବା ଅତିରିକ୍ତ ତହସିଲଦାର ଓ ମାଫିଆଙ୍କ ମଧୁଚନ୍ଦ୍ରକା ହାଟ ପଡି ଦାଣ୍ଡରେ ଗଡୁଛି ଏହା ପ୍ରତି ଜିଲ୍ଲାପାଳ ନଜର ଦେବା ଅବଶ୍ୟକ ବୋଲି ବୁଦ୍ଧିଜୀବୀ ମହଲରେ ଦାବି ହେଉଛି । ଆମର କେତୋଟି ପ୍ରଶ୍ନ ତହସିଲଦାର ଚାର୍ଜରେ ପ୍ରଶ୍ନ ୧- ବେଆଇନି ପଥର ଖାଦାନ ଚଢାଉ ପୂର୍ବରୁ ମାଫିଆ ମାନେ ଜାଣୁଛନ୍ତି କେମିତି, ପ୍ରଶ୍ନ-୨-ନିର୍ଦ୍ଦିଷ୍ଟ ମାସିକିଆ କରି ଅନ୍ୟ ଗାଡିମାନଙ୍କୁ ଧରାଜାଉଛି, ପ୍ରଶ୍ନ-୩-ସରକାରୀ ବାସଭବନରେ ମାଫିଆ ମାନାଙ୍କ ଭିଡ ଜମୁଛି ,ପ୍ରଶ୍ନ-୪- ତହସିଲ କାର୍ଯ୍ୟଲୟ ଗୁପ୍ତ କଥା ପଦାକୁ ଅସୁଛି କିପରି ସବୁଠାରୁ ବଡ ପ୍ରଶ୍ନ ତିନୋଟି ତହସିଲଦାର ବଦଳି ହୋଇଗଲେଣି କିନ୍ତୁ ଅତିରିକ୍ତ ତହସିଲରା କିପରି ଅଛନ୍ତି ତାହା ସାଧାରଣରେ ପ୍ରଶ୍ନବାଚୀ ।

(ରିପୋର୍ଟ- ଅକ୍ଷୟ କୁମାର ରାଉତ। )

Leave A Reply

Your email address will not be published.