ପାରାଦୀପ କେନ୍ଦ୍ରୀୟ ଶ୍ରମ ଅଧିକାରୀଙ୍କ କାର୍ଯ୍ୟଳୟରେ ଦିନ ଦ୍ୱୀପହରରେ ତାଲା;ଜିଲ୍ଲାପାଳ ଦୃଷ୍ଟିଦେବାକୁ ଦାବି ।

0 215

ଜଗତସିଂହପୁର,୧୨/୦୨(ପିପିଟି);ଆଜି ଦିବା ୧୧ଘଟିକା ସମୟରେ ଭାରତୀୟ ମଜଦୂର ସଙ୍ଘ ଜଗତସିଂହପୁର ଜିଲ୍ଲା ତରଫରୁ ସଂଘ ସଭାପତି ଅକ୍ଷୟ କୁମାର ଦାସଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ କେନ୍ଦ୍ରୀୟ ଶ୍ରମ ଅଧିକାରୀ,ପାରାଦୀପ କାର୍ଯ୍ୟାଳୟକୁ ପାରାଦୀପ ଓ ଜଗତସିଂହପୁର ଜିଲ୍ଲାରେ କାର୍ଯ୍ୟ କରୁଥିବା ଶ୍ରମିକମାନଙ୍କ ବିଭିନ୍ନ ସମସ୍ୟାକୁ ନେଇ ଆଲୋଚନା ପାଇଁ ଯାଇଥିବାବେଳେ କିନ୍ତୁ ଦୁର୍ଭାଗ୍ୟର ବିଷୟ ଏହି କାର୍ଯ୍ୟଳୟ ତାଲା ପଡିଥିବା ଯୋଗୁ ଏହି ଆଲୋଚନା ବିଫଳ ହୋଇଥିବା ଜଣାପଡିଛି । ଅନୁସନ୍ଧାନରୁ ଜଣାପଡିଛି ଯେ ଆଜି ଦିବା ୧୦:୩୦ ରୁ ଅପରାହ୍ନ ୩ ଘଟିକା ପର୍ଯ୍ୟନ୍ତ କାର୍ଯ୍ୟଳୟରେ ତାଲା ଝୁଲୁଥିବା ଯୋଗୁ ଏହି ପ୍ରତିନିଧୀ ଦଳ ସେଠାରେ ଅପେକ୍ଷା କରି କରି ଶେଷରେ ହତାଶ ହୋଇ ଫେରିଥିଲେ । ଏହି ପ୍ରତିନିଧି ଦଳରେ ଭାରତୀୟ ମଜଦୂର ସଙ୍ଘ ଜିଲ୍ଲା ସଭାପତି ଅକ୍ଷୟ କୁମାର ଦାସ,ସମ୍ପାଦକ ଅବିନାଶ ଦାସ,ସହ ସମ୍ପାଦକ ଅଶୋକ କୁମାର ଦାସ, ବଜରଙ୍ଗ ସ୍ୱାଇଁ ଓ ଉପଦେଷ୍ଟା ପ୍ରଦୀପ କୁମାର ନାୟକ ପ୍ରମୁଖ ଥିଲେ । ଶେଷରେ ଶ୍ରମ ଅଧିକାରୀଙ୍କୁ ମୋବାଇଲରେ ଯୋଗାଯୋଗ କରିବାକୁ ଚେଷ୍ଟା କଲେ ମଧ୍ୟ ସେ କଲକୁ ଗ୍ରହଣ କରି ନ ଥିଲେ । ଦୁର୍ଭାଗ୍ୟର ବିଷୟ ଜଗତସିଂହପୁର ସଦର ମହକୁମାରେ ଜିଲ୍ଲା ଶ୍ରମ ଅଧିକାରୀଙ୍କ ଏକ କାର୍ଯ୍ୟଳୟ ଥିଲେ ମଧ୍ୟ ଶିଳ୍ପନୁଷ୍ଠାନରେ ଭରପୁର ପାରାଦୀପର ଶ୍ରମିକମାନଙ୍କ ବିଭିନ୍ନ ସମସ୍ୟାକୁ ଭିତ୍ତି କରି ଆଉ ଏକ ଏହି କେନ୍ଦ୍ରୀୟ ଶ୍ରମ ଅଧିକାରୀଙ୍କ କାର୍ଯ୍ୟଳୟ ପ୍ରତିଷ୍ଠା ହୋଇଛି କିନ୍ତୁ ଦିନ ଦ୍ୱୀପହରରେ ସେହି କାର୍ଯ୍ୟଳୟ ତାଲା ପଡିଥିବା ଯୋଗୁ ସେହି କାର୍ଯ୍ୟଳୟ ଓ ତାହାର ଶ୍ରମ ଅଧିକାରୀଙ୍କ କାର୍ଯ୍ୟଦକ୍ଷତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରୁଛି । ଗୋଟେ ଜାତୀୟ ସ୍ତରର ଦେଶର ବୃହତ ଶ୍ରମିକ ସଂଗଠନ ଯଦି ଏଭଳି ପରିସ୍ଥିତିର ସମ୍ମୁଖିନ ହେଉଛି ତେବେ ଅନ୍ୟ ସାଧାରଣ ଶ୍ରମିକ ସଂଗଠନ କିଭଳି ସମସ୍ୟାର ସମ୍ମୁଖିନ ହେଉଥିବେ ତାହା ପ୍ରମୁଖ ବିଷୟ ଅଟେ । ଏହି ସମସ୍ୟା ଏହା ପ୍ରଥମ ଥର ପାଇଁ ଘଟି ନାହିଁ ଏହା ବାରମ୍ବାର ଘଟୁଛି ବୋଲି ସଙ୍ଘ ପକ୍ଷରୁ ପ୍ରକାଶ । ତେଣୁ ଏହାକୁ ଜିଲ୍ଲା ପ୍ରଶାସନ ତୁରନ୍ତ ଦୃଷ୍ଟି ଦେଇ କଠୋର ପଦକ୍ଷେପ ନେବାକୁ ଭାରତୀୟ ମଜଦୂର ସଙ୍ଘ ଜଗତସିଂହପୁର ଶାଖା ପକ୍ଷରୁ ଦାବି ହେଉଛି ନ ହେଲେ ଭବିଷ୍ୟତରେ ଏହି ସମସ୍ୟାକୁ ନେଇ ଆନ୍ଦୋଳନାତ୍ମକ ପଥ ଗ୍ରହଣ କରାଯିବ ବୋଲି ସଙ୍ଘ ପକ୍ଷରୁ ପ୍ରକାଶ ।

(ରିପୋର୍ଟ- ପ୍ରତାପ କୁମାର ସିଂହ। )

Leave A Reply

Your email address will not be published.