ପାନୀୟ ଜଳ ପ୍ରକଳ୍ପ ଦୁର୍ନୀତି,ଲୋକେ ୧ କିଲୋମିଟର ରାସ୍ତା ଅତିକ୍ରମ କରି ପାଣି ସଂଗ୍ରହ କରନ୍ତି, ହେଲେ ବି ବିଭାଗୀୟ ଅଧିକାରୀଙ୍କ ଚେତା ପଶୁନି ।

0 1,316

ଦିଗପହଣ୍ଡି, ୨୦/୧୨(ପିପିଟି); ଦୀର୍ଘ ୨ ବର୍ଷରୁ ଉର୍ଦ୍ଧ୍ବ ଦିନ ବିତିଯାଇଥିଲେ ମଧ୍ୟ ଲୋକ ମାନଙ୍କ ପାନୀୟ ଜଳ ସମସ୍ୟା ବଢ଼ିବାରେ ଲାଗିଛି । ୧ କିଲୋମିଟର ରାସ୍ତା ଅତିକ୍ରମ କରି ଲୋକେ ପିଇବା ପାଇଁ ପାଣି ଅଣୁଛନ୍ତି । ଜଳ ପ୍ରକଳ୍ପ ଥିଲେ ମଧ୍ୟ ଏହା ଅଚଳ ଅବସ୍ଥାରେ ପଡ଼ିରହିଛି । ଲୋକ ମାନଙ୍କ କୌଣସି କାମରେ ଏହା ଆସିପାରୁନି । ଲୋକେ ଯେମିତି ଆଗରୁ ଅବସ୍ଥା ହେଉଥିଲେ ଏବେ ବି ସେମିତି ଅବସ୍ଥା ହେଉଛନ୍ତି । ଏହା ଆଉ କେଉଁଠି ନୁହେଁ ମାନ୍ୟବର ବାଚସ୍ପତିଙ୍କ ନିର୍ବାଚନ ମଣ୍ଡଳୀ ଦିଗପହଣ୍ଡି ବ୍ଲକ କଇଠଡ଼ା ଗ୍ରାମରେ ଦୀର୍ଘ ୨ ବର୍ଷ ହେଲା ଅଚଳ ଅବସ୍ଥାରେ ପଡ଼ିରହିଛି ପାନୀୟ ଜଳ ପ୍ରକଳ୍ପ । ଲୋକେ ଗୋଟେ ଗାଁ ରୁ ଅନ୍ୟ ଗ୍ରାମକୁ ଯାଇ ପିଇବା ପାଇଁ ପାଣି ଅଣୁଛନ୍ତି । ଏହା ଅତି ଦୁଃଖର ବିଷୟ ବିଭାଗୀୟ ଅଧିକାରୀଙ୍କ ଏହା ଉପରେ ନଜର ମଧ୍ୟ ପଡୁନି । ଲକ୍ଷ ଲକ୍ଷ ଟଙ୍କା ପଡି ପଡି ଖତ ଖାଉଛି । ଲୋକ ମାନଙ୍କ ଦୁଃଖ କିଏ ଶୁଣିବ । ରାଜ୍ୟ ସରକାରଙ୍କ ବସୁଧା ଯୋଜନା ଖାଲି ଯୋଜନାରେ ହିଁ ରହିଗଲା ଲୋକେ ଉପକୃତ ହେବା ବଦଳରେ ହଟହଟା ହେଉଛନ୍ତି । ହେଲେ ବି ଗ୍ରାମ୍ୟ ଜଳ ଯୋଗାଣ ଅଧିକାରୀଙ୍କ ଚେତା ପଶୁନି । ଆହୁରି ଅନେକ ଦୁର୍ନୀତି ଅଛି ଆଗାମୀ ଦିନରେ ଏହା ସମସ୍ତଙ୍କ ନଜରକୁ ଅଣାଯିବ ।

(ରିପୋର୍ଟ- ଆରତ କୁମାର ହୋତା। )

Leave A Reply

Your email address will not be published.