ପାନୀୟ ଜଳଯୋଗାଣ ପ୍ରକଳ୍ପର ଶୁଭାରମ୍ଭ କଲେ ମନ୍ତ୍ରୀ ଆରୁଖ ।

0 444

ଭଞ୍ଜନଗର,୧୨/୦୭(ପିପିଟି); ଭଞ୍ଜନଗର ବ୍ଲକର ବିଭିନ୍ନ ପଞ୍ଚାୟତରେ ବାସ କରୁଥିବା ଜନସାଧାରଣଙ୍କୁ ପାନୀୟ ଜଳ ଯୋଗାଇ ଦେବା ପାଇଁ ଗ୍ରାମ୍ୟ ଜଳ ଯୋଗାଣ ପ୍ରକଳ୍ପର ଭିତ୍ତି ପ୍ରସ୍ତର ସ୍ଥାପନ,ଭୂମିପୂଜା, ଶୁଭ ଉଦଘାଟନ ଆଦି କାର୍ଯ୍ୟକ୍ରମ ସୋମବାର ଦିନ ଅନୁଷ୍ଠିତ ହୋଇଥିଲା।ସେଥି ମଧ୍ୟରେ ସାନ କୋଦଣ୍ଡା ପଞ୍ଚାୟତ ର ବିଞ୍ଝାଗିରି ଗ୍ରାମରେ ପ୍ରତ୍ୟେକ ଘରକୁ ପାଇପ ଯୋଗେ ପାନୀୟ ଜଳ ଯୋଗାଣ ପ୍ରକଳ୍ପର ଭୂମିପୂଜା, ମୁଜାଗଡ଼ ପଞ୍ଚାୟତର ବିରିପଦର ଠାରେ ପାନୀୟ ଜଳ ପ୍ରକଳ୍ପର ଶୁଭ ଉଦଘାଟନ,ଗୁଣ୍ଡୁରୀ ବାଡ଼ି ପଞ୍ଚାୟତର ଖଣ୍ଡିକୋଟି ଓ ଦଦରା ଲୁଣ୍ଡା ପଞ୍ଚାୟତର କାନ ବିନ୍ଧା ଠାରେ ଭୂମି ପୂଜା ଅନୁଷ୍ଠିତ ହୋଇଥିଲା। ଏଥିରେ ମୁଖ୍ୟ ଅତିଥି ଭାବେ ଜଙ୍ଗଲ, ପରିବେଶ ଜଳବାୟୁ ପରିବର୍ତ୍ତନ ଓ ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ଯୋଗ ଦେଇଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ବିଜେଡ଼ି ବ୍ଲକ ସଭାପତି ରାଜେନ୍ଦ୍ର ପ୍ରଧାନ, କନ୍ଧମାଳ ସାଂସଦ ପ୍ରତିନିଧି ଦିବାକର ନାୟକ,ବ୍ଲକ ଉପାଧ୍ୟକ୍ଷ ଜିତେନ୍ଦ୍ର କେଶରୀ ଆରୁଖ ଉପସ୍ଥିତ ଥିଲେ।ସମାଜସେବୀ ଶୂଳପାଣି ଶତପଥି କାର୍ଯ୍ୟକ୍ରମରେ ସଂଯୋଜନା କରିଥିଲା ବେଳେ ଜଳ ଯୋଗାଣ ପ୍ରକଳ୍ପ ସମ୍ବନ୍ଧରେ ଇଂ.ପୂର୍ଣ୍ଣ ଚନ୍ଦ୍ର ଦାଶ ତଥ୍ୟ ପ୍ରଦାନ କରିଥିଲେ। ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ପଞ୍ଚାୟତ ପ୍ରତିନିଧି ଓ ବହୁ ସଂଖ୍ୟକ ଗ୍ରାମବାସୀ ଉପସ୍ଥିତ ଥିଲେ।

(ରିପୋର୍ଟ- ଜୟକୃଷ୍ଣ ପଟ୍ଟନାୟକ। )

Leave A Reply

Your email address will not be published.