ପାତ୍ର କଲୋନୀରେ ବାଇକ ପୋଡିଲେ ଦୁର୍ବୁତ୍ତ ।

0 304

ଭଞ୍ଜନଗର,୩୦/୦୪(ପିପିଟି); ଭଞ୍ଜନଗର ସହର ଖାଲା ସାହି ଶିଶୁ ଉଦ୍ୟାନ ସାମ୍ନାରେ ଥିବା ପାତ୍ର କଲୋନୀ ଛକରୁ ଶୁକ୍ରବାର ଭୋର ସମୟରେ ଏକ ବାଇକ ରାସନ ଦୋକାନ ସାମ୍ନାରେ ଦରପୋଡ଼ା ଅବସ୍ଥାରେ ପଡ଼ିଥିବା ଦେଖିବାକୁ ମିଳିଛି। ସ୍ଥାନୀୟ ଲୋକଙ୍କ ଠାରୁ ଭଞ୍ଜନଗର ପୋଲିସ ଖବର ପାଇ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ ମଧ୍ୟ ଗାଡ଼ି ନମ୍ବର ପ୍ଲେଟ ଓ ଚେସିସ ନମ୍ବର ଠିକ ଭାବରେ ଜଣାପଡୁ ନଥିବାରୁ ଅପରାଧୀ ଓ ଗାଡ଼ି ମାଲିକ ସମ୍ପର୍କରେ କୌଣସି ସଠିକ ସୂଚନା ପାଇବାରେ ବାଧା ସୃଷ୍ଟି ହୋଇଛି। କିଛି ଲୋକଙ୍କ କହିବାନୁସାରେ କେହି ଦୁର୍ବୁତ୍ତ ଗତ କିଛିଦିନ ହେଲା ପାତ୍ର କଲୋନୀରେ ଡେରା ପକାଇ ଆତଙ୍କ ସୃଷ୍ଟି କରି ଆସୁଛି।ସେ ଜଣେ ଚାଟ ବ୍ୟବସାୟୀଙ୍କ ମୋବାଇଲ ଫୋନ ଲୁଟ କରି ନେଇଥିବା ବେଳେ ଅନ୍ୟ ଲୋକଙ୍କ ଘରକୁ ମଧ୍ୟ ଟାର୍ଗେଟ କରି ବିଭିନ୍ନ ପ୍ରକାର ହଇରାଣ ହରକତ କରି ଆସୁଛି। ତେଣୁ ସ୍ଥାନୀୟ ଜନସାଧାରଣ ସଚେତନ ହୋଇ ଏଭଳି ଅପରାଧୀ ସମ୍ପର୍କରେ ସୂଚନା ପାଇବା ମାତ୍ରେ ପୋଲିସକୁ ଖବର ଦେଲେ ଉକ୍ତ ଦୁର୍ବୁତ୍ତ କାବୁ ହୋଇପାରିବ ଏବଂ ସମସ୍ତେ ଶାନ୍ତିରେ ରହିପାରିବେ। ଏଭଳି ସ୍ଥିତିରେ ଜନସାଧାରଣଙ୍କ ସହଯୋଗ କାମନା କରିଛନ୍ତି ଭଞ୍ଜନଗର ଥାନାଧିକାରୀ ସୁଦୀପ୍ତ କୁମାର ସାହୁ।

( ରିପୋର୍ଟ- ଜୟକୃଷ୍ଣ ପଟ୍ଟନାୟକ। )

Leave A Reply

Your email address will not be published.