ବ୍ରହ୍ମପୁର,୧୮/୦୯(ପିପିଟି): ପାତ୍ରପୁର ବ୍ଳକରେ ମାଳ ମାଳ ଜାଲ ଶିକ୍ଷକ, ସୁରକ୍ଷା ଦେଉଛି କିଏ ? ଏହି ଘଟଣାକୁ ନେଇ ରାସ୍ତା ଘାଟ ଚର୍ଚ୍ଚା । ଗଞ୍ଜାମ ଜିଲ୍ଲାରେ ଜାଲ ସାର୍ଟିଫିକେଟ ଦେଇ ଶହ ଶହ ଶିକ୍ଷକ ଶିକ୍ଷୟିତ୍ରୀ ନିଯୁକ୍ତି ହାତେଇବାରେ ସଫଳ ହୋଇଛନ୍ତି। ବିଭିନ୍ନ ସଂଗଠନ ଓ ସାମାଜିକ କର୍ମୀ ମାନେ ଜାଲ ଶିକ୍ଷକ ତାଲିକା ତଦନ୍ତ ପାଇଁ ଦେଉଥିଲେ ମଧ୍ଯ ଧର୍ମକୁ ଆଖିଠାର ଭଳି ତଦନ୍ତ ଚାଲିଛି। ବିଇଓ ଓ ଡିଇଓ କାର୍ଯ୍ଯାଳୟର କେତେକ କର୍ମଚାରୀ ଓ ଅଧିକାରୀମାନେ ଜାଲ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ସୁରକ୍ଷା ଦେଇ ମାଲେ ମାଲ ହେଉଥିବା ନେଇ ସବୁଠି ଚର୍ଚ୍ଚା ! ପାତ୍ରପୁର ବ୍ଳକରେ ମାଳମାଳ ଜାଲ ଶିକ୍ଷକ ଥିଲେ ମଧ୍ଯ ତଦନ୍ତ ଶୂନ। ପାତ୍ରପୁର ବ୍ଳକ ଜାଲ ସାର୍ଟିଫିକେଟ ସହିତ ଜାଲ ବାସିନ୍ଦା ପ୍ରମାଣ ପତ୍ର, ରାଜ୍ଯ ବାହାର ଶିକ୍ଷକ ଶିକ୍ଷୟିତ୍ରୀ ୧୦୦ ମାର୍କ ଓଡ଼ିଆ ପରୀକ୍ଷାରେ ମଧ୍ଯ ଜାଲ କରି ନିଯୁକ୍ତ ପାଇଛନ୍ତି। ସଠିକ ଢଙ୍ଗରେ ତଦନ୍ତ କରିବାକୁ ସାମାଜିକ କର୍ମୀ ସମରଜିତ୍ ମହାନ୍ତି ଦାବୀ କରିଛନ୍ତି। ବିଇଓ ଓ ଡିଇଓ କାର୍ଯ୍ଯାଳୟର କର୍ମଚାରୀଙ୍କ ଅନୈତିକ କାରବାର ଉପରେ ଭିଜିଲାନ୍ସ ନଜର ରଖୁ ବୋଲି ଶ୍ରୀ ମହାନ୍ତି କହିଛନ୍ତି।