ଉଲୁଣ୍ଡା,୧୯/୦୯(ପିପିଟି): ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ କୋଟସମଲାଇ ସ୍ଥିତ ପାତାଳୀ ଶ୍ରୀକ୍ଷେତ୍ର ଜଗନ୍ନାଥ ମନ୍ଦିରରୁ ଗତ ୧୪ ତାରିଖ ବିଳମ୍ବିତ ରାତିରେ ଚୋରି ହୋଇଥିବା ଲକ୍ଷାଧିକ ଟଙ୍କାର ସାମଗ୍ରୀ ଚୋରି ହୋଇଥିବା ବେଳେ ଆଜକୁ ଦିର୍ଘ ପାଞ୍ଚ ଦିନ ହେଲାଣି ପୋଲିସ୍ ଚୋରକୁ ଧରି ପାରିନାହିଁ କି ଚୋରି ସାମଗ୍ରୀ ଉଦ୍ଧାର କରିପାରିନାହିଁ । ମନ୍ଦିରର ଦାନବାକ୍ସ, ରୁପା ଗଡୁ ଓ ଅନ୍ୟାନ୍ୟ ସାମଗ୍ରୀ ସହ ମନ୍ଦିର ଭିତରେ ଥିବା ପାଖାପାଖି ୧୫ହଜାର ଟଙ୍କା ଦୁର୍ବୃତ୍ତ ମାନେ ଚୋରି କରି ନେଇଥିଲେ । ଏନେଇ ମନ୍ଦିର ପୂଜକ ମନ୍ଦିର ପରିଚାଳନା କମିଟିକୁ ଜଣାଇବା ପରେ ଥାନାରେ ଅଭିଯୋଗ କରାଯାଇଥିଲା । ଅଭିଯୋଗ ପରେ ଘଟଣାସ୍ଥଳକୁ ବିରମହାରାଜପୁର ପୋଲିସ ସହ ସାଇଣ୍ଟିଫିକ ଟିମ ଆସି ତଦନ୍ତ କରିଥିଲେ ।କିନ୍ତୁ ଆଜକୁ ଦୀର୍ଘ ପାଞ୍ଚଦିନ ହେବ ପୋଲିସ ଅଭିଯୁକ୍ତକୁ ଗିରଫ କରି ନଥିବାରୁ ସାଧାରଣ ରେ ଘୋର ଅସନ୍ତୋଷ ପ୍ରକାଶ ପାଇଛି ।
(ରିପୋର୍ଟ-ଶାନ୍ତନୁ କୁମାର କର୍ଣ୍ଣ ।)