ପାଣି ଗାତରେ ପଡ଼ି ଦୁଇ ଶିଶୁ କନ୍ୟାଙ୍କ ମୃତ୍ୟୁ ।

0 223

ମାଲକାନଗିରି,୦୨/୦୨(ପିପିଟି):ପାଣି ଗାତରେ ପଡ଼ି ଦୁଇ ଶିଶୁକନ୍ୟାଙ୍କ ମୃତ୍ୟୁ ଘଟିଛି। ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ସହରରେ ଆଜି ଏଭଳି ଅଭାବନୀୟ ଘଟଣା ସମସ୍ତଙ୍କୁ ସ୍ତବ୍ଧ କରିଛି। ରାସ୍ତା କାମ ପାଇଁ ମାଟି ଖୋଳାଯାଇଥିବା ଯୋଗୁଁ ଗାତ ହୋଇଯାଇଥିଲା। ସେହି ଗାତରେ ପଡି ଦୁଇଜଣ ଶିଶୁ କନ୍ୟାଙ୍କ ମୃତ୍ୟୁ ଘଟିଛି। ଚିତ୍ରକୋଣ୍ଡା ଢେପ ସାହିର ସୁଭଦ୍ରା କମାର(୪) ଏବଂ ସୁମୀ ଜାନମ (୩) ଦୁହେଁ ଆଜି ସକାଳେ ଖେଳୁଥିବା ସମୟରେ ନିକଟରେ ଥିବା ଏକ ଖାଲରେ ଗୋଡ଼ ଖସି ପଡିଯାଇଥିଲେ । ଏହି ଗାତରେ ଅଧିକ ପାଣି ଥିବାରୁ ସେମାନେ ଉପରକୁ ଉଠି ପାରିନଥିଲେ। ପରିବାର ଲୋକେ ଖୋଜାଖୋଜି କଲାପରେ ଉକ୍ତ ଗାତରୁ ସେମାନଙ୍କୁ ଉଦ୍ଧାର କରି ଚିତ୍ରକୋଣ୍ଡା ହସ୍ପିଟାଲକୁ ନେଇଥିଲେ। ହେଲେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ । ସ୍ଥାନୀୟ ଅଞ୍ଚଳରେ ରାସ୍ତା କାମ ପାଇଁ ଠିକାଦାରମାନେ ଖାଲ ଖୋଳି ପାଣି ରଖୁଥିଲେ। ହେଲେ ରାସ୍ତା କାମ ସରିବା ପରେ ଗାତକୁ ନପୋତି ତାକୁ ଖୋଲା ଛାଡି ଦେଇଥିଲା। ଯାହା ଦ୍ଵାରା ଏହି ଘଟଣା ଘଟିଥିବା ଗ୍ରାମବାସୀମାନେ ଅଭିଯୋଗ କରିଛନ୍ତି । ଘଟଣା ସ୍ଥଳରେ ପୋଲିସ ପହଁଛି ୨ ଶିଶୁକନ୍ୟାଙ୍କ ମୃତଦେହ ଜବତ କରି ଶବ ବ୍ୟବଚ୍ଛେଦ ନିମନ୍ତେ ପଠାଇ ତଦନ୍ତ ଆରମ୍ଭ କରିଛି ।
(ରିପୋର୍ଟ ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ, ମାଲକାନଗିରି)

Leave A Reply

Your email address will not be published.