ଭଞ୍ଜନଗର,୦୨/୦୮(ପିପିଟି); ଭଞ୍ଜନଗର ନିକଟ ତୁଳସୀ ପଲ୍ଲୀ ବଡ଼ ଦାଣ୍ଡ ସାହିରେ ରହୁଥିବା ଗୋବିନ୍ଦ ଚନ୍ଦ୍ର ପଣ୍ଡାଙ୍କ ପୁଅ ପ୍ରଦୀପ କୁମାର ପଣ୍ଡା(୨୫) ଶନିବାର ସନ୍ଧ୍ୟାରେ ପୋଖରୀକୁ ଗାଧେଇବାକୁ ଯାଇଥିଲା । ହେଲେ କୌଣସି କାରଣରୁ ପ୍ରଦୀପ ପାଣିରେ ବୁଡି ଯାଇଥିଲା । ଏହା ଦେଖି ସେଠାରେ ଥିବା ଅନ୍ୟମାନେ ବହୁ ଖୋଜାଖୋଜି ପରେ ପ୍ରଦୀପକୁ ପାଣିରୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଭଞ୍ଜନଗର ମେଡିକାଲକୁ ଆଣିଥିଲେ । ଏଠାରେ ଡାକ୍ତର ତାକୁ ମୃତ ଘୋଷଣା କରିଥିଲେ । ପୋଲିସ ଶବ ଜବତ କରିବା ସହ ଅପମୃତ୍ୟୁ ମାମଲା ରୁଜ୍ଜୁ କରି ବ୍ୟବଚ୍ଛେଦ ପାଇଁ ପଠେଇଥିଲା।ଆଜି ବ୍ୟବଚ୍ଛେଦ ପରେ ମୃତଦେହ କୁ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇ ଥିବା ଜଣାପଡିଛି । ରିପୋର୍ଟ – ଜୟକୃଷ୍ଣ ପଟ୍ଟନାୟକ