ପାଟପୁର ପୋଲିସ ଦ୍ଵାରା ବିପୁଳ ପରିମାଣର ଭାଙ୍ଗ ଜବତ ଓ ୪ ଅଭିଯୁକ୍ତ ଗିରଫ ।

0 3,286

ସାନଖେମୁଣ୍ଡି,୨୫/୦୩(ପିପିଟି): ଦିନକୁ ଦିନ ଭାଙ୍ଗ ମାଫିୟା ମାନଙ୍କର ବିଭିନ୍ନ ଉପାୟରେ ଭାଙ୍ଗ ଚାଳନା କରିଚାଲିଛନ୍ତି କିନ୍ତୁ ଏହାକୁ ରୋକିବା ପାଇଁ ସ୍ଥାନୀୟ ପୋଲିସ ପ୍ରଶାସନ ଉଚିତ ପଦେକ୍ଷପ ଯୋଙ୍ଗୁ ଏହାକୁ ରୋକିଯାଇପାରୁଛି । ସୂଚନା ମୁତାବକ ଗତକାଲି ସନ୍ଧ୍ୟାରେ ଭାଙ୍ଗ ଭର୍ତି ଦୁଇଟି ଗାଡ଼ି ପୋଲିସ ଜବତ କରିଛି ଏବଂ ୪ ଜଣକୁ ଗିରଫ କରିଛି । ସନ୍ଧ୍ୟା ସମୟରେ ଏକ ବୋଲର ପିକଅପ ଭେନ୍ ଓଡ଼ି୦୨ଏଚ୧୫୫୮ , ପାସେଞ୍ଜେର ବୋଲର ନମ୍ବର ଓଡ଼ି୦୨ବିଜି୭୧୬୮ ଯୋଗେ କାହ୍ନୁ ଚରଣ ସାହୁ (୨୬) , ନିରଞ୍ଜନ ପାଟ୍ଟଦଶୀ (୨୯) , ସୁକାନ୍ତ ବାରିକ (୪୯) , ସୁକାନ୍ତ ସାହୁ (୩୧) ଭାଙ୍ଗ ଭର୍ତ୍ତୀ ବୋଲର ପିକଅପ୍ କୁ ନେଇ ଗଜପତି ଜିଲ୍ଲାରୁ ପୁରୀ ଅଭିମୁଖେ ବାହାରିଥିଲେ । ହେଲେ ରାସ୍ତାରେ ପାଟପୁର ଥାନା ଅଧିକାରୀ ସବ୍ୟସାଚୀ ମଲ୍ଲଙ୍କ ନେତୃତ୍ୱରେ ଦୁଇଟି ପୃଥକ୍ ଭାବେ ଚେକ୍ ପୋଷ୍ଟ କରାଯାଇଥିଲା । ଭାଙ୍ଗ ମାଫିଆ ମାନେ ସେହି ରାସ୍ତା ଦେଇ ଆସୁଥିବା ବେଳେ ପୋଲିସ କବଜାରେ ପଡ଼ିଯାଇଥିଲି । ସେମାନଙ୍କ ଗାଡିରୁ ଜବତ ହୋଇଥିବା ଭାଙ୍ଗ ୩୩ଟି ବସ୍ତାରେ ୧୦୧୧ କେଜି ୪୦୦ଗ୍ରାମ, ଦୁଇଟି ମୋବାଇଲ ସହ ନଗଦ ୧୧୮୦୦ ଟଙ୍କା ଏବଂ ଅନ୍ୟ ଏକ ଗାଡ଼ିରେ ୧୨ଟି ବସ୍ତା ୩୭୦ କେଜି ୬୦୦ ଗ୍ରାମ ଭାଙ୍ଗ , ଦୁଇଟି ମୋବାଇଲ ଏବଂ ୧୪୨୦୦ ଟଙ୍କା ଜବତ ହୋଇଛି ପାଟପୁର ଥାନା ଅଧିକାରୀ ସବ୍ୟସାଚୀ ମଲ୍ଲଙ୍କ ନେତୃତ୍ବରେ ଏସ.ଆଇ ଟୁନା ପିଡିକା , ଏସ. ଆଇ ସାନ୍ତୁନୁ କୁମାର ଦିଗାଲ ଏବଂ ଥାନା ଷ୍ଟାପ ସାମିଲ ଥିଲେ । ଏନେଇଁ ପାଟପୁର ଥାନାରେ କେଶ୍ ନମ୍ବର ୯୧ ରେ ଏକ ମାମଲା ରୁଜୁ କରାଯାଇଛି ।
(ରିପୋର୍ଟ- ଆରତ କୁମାର ହୋତା। )

Leave A Reply

Your email address will not be published.