ସାନଖେମୁଣ୍ଡି,୦୯/୧୨(ପିପିଟି): ଗଞ୍ଜାମ ଜିଲ୍ଲା ଏସପି ବ୍ରିଜେଶ ରୟ ଙ୍କ ନିର୍ଦେଶ କ୍ରମେ ପାଟପୁର ଥାନା ପୁଲିସ ପକ୍ଷରୁ ଗଞ୍ଜେଇ ଗଛ କଟା ଅଭିଯାନ ଆରମ୍ଭ କରାଯାଇଛି । ସକାଳ ସମୟ ଠାରୁ ଅପରାହ୍ନ ସମୟ ପଯ୍ୟନ୍ତ ପାଟପୁର ଥାନାର ବିଭିନ୍ନ ସ୍ଥାନରେ ଗଞ୍ଜେଇ ଗଛ କଟା ଯାଇଥିଲା । ପାଟପୁର ଥାନ ପଦ୍ମପୁର ଗ୍ରାମ ପଞ୍ଚାୟତ ଏବଂ ଟି.ଗୋବିନ୍ଦପୁର ପଞ୍ଚାୟତ ଅନ୍ତର୍ଗତ ଝରଣା ଏବଂ ବେଲଗଡ଼ ପାହାଡ ଜଙ୍ଗଲରେ ଚାଷ ହୋଇଥିବା ୪୫ ହଜାର ଗଛ ଯାହାକି ୧୫ ଏକର ରୁ ଉର୍ଦ୍ଧ୍ବ ଗଞ୍ଜେଇ ଗଛ ନଷ୍ଟ କରାଯାଇଛି । ଆନୁମାନିକ ମୁଲ୍ୟ ୪ କୋଟି ୫୦ ଲକ୍ଷ ରୁ ଉର୍ଦ୍ଧ୍ବ ହେବ ବୋଲି ସୁଚନା ମିଳିଛି । ଚଢ଼ାଉ ସମୟରେ ସାନଖେମୁଣ୍ଡି ତହସିଲଦାର , ଅବକାରୀ ଡେପୁଟି ସୁପରୀଟେଣ୍ଡ , ପାଟପୁର ଥାନା ଅଧିକାରୀ , ଆଇ.ଆଇ.ସି. ସୋରଡା , ଆଇ.ଆଇ.ସି. ଧରାକୋଟ , ଆଇ.ଆଇ.ସି. ଶେରଗଡ଼ , ଦୁଇ ପ୍ଲାଟୁନ ପୁଲିସ ଫୋର୍ସ ଉପସ୍ଥିତ ଥିଲେ । ଏନେଇ ଅବକାରୀ ଓ ପୋଲିସ ପକ୍ଷରୁ ପୃଥକ ପୃଥକ ଭାବେ ଦୁଇଟି ମାମଲା ରୁଜୁ କରାଯାଇଛି ।
(ରିପୋର୍ଟ- ଆରତ କୁମାର ହୋତା। )