ସାନଖେମୁଣ୍ଡି,୨୮/୦୭(ପିପିଟି): ଗଞ୍ଜାମ ଜିଲ୍ଲା ପାଟପୁର ଥାନା ଅଧିନସ୍ଥ ଟି.ଗୋବିନ୍ଦପୁର ପଞ୍ଚାୟତ ନିକଟସ୍ଥ ଜଙ୍ଗଲ ନାଳ ରାସ୍ତାରେ ପାଟପୁର ପୋଲିସ ଅତର୍କିତ ଚଢ଼ାଉ କରି ବିପୁଳ ପରିମାଣର ମହୁଲ ପୋଚ ଓ ଦେଶୀମଦ ନଷ୍ଟ କରାଯାଇଛି । ଖବରନୁଯାୟୀ, ପାଟପୁର ଥାନା ବିଶେଷ ସୁତ୍ରରୁ ଖବରପାଇ ପାଟପୁର ଥାନା ଅଧିକାରୀ ସବ୍ୟସାଚୀ ମଲ୍ଲଙ୍କ ନେତୃତ୍ୱରେ ପୋଡାମାରି ଥାନା ଫାଣ୍ଡି ଓ ପାଟପୁର ଥାନା କର୍ମଚାରୀମାନେ ସାନଖେମୁଣ୍ଡି ବ୍ଲକ ଅନ୍ତର୍ଗତ ଟି. ଗୋବିନ୍ଦପୁର ଦୁର୍ଗମ ଅଞ୍ଚଳରେ ସକାଳ ୭ଘଣ୍ଟ ରୁ ଅପରାହ୍ନ ଘ୍ ୧.୩୦ ମିନିଟ ସମୟରେ ଚଢ଼ାଉ କରି ୬୦୦୦ (ଛଅ ହଜାର) ମହୁଲ ମଦପୋଚ ଓ ୨୦ ଲିଟର ରନ୍ଧା ମଦ ନଷ୍ଟ କରିଥିବା ଜଣାପଡିଛି । ରୋଷେଇ ନିମନ୍ତେ ବ୍ୟବହୃତ ହେଉଥିବା ରନ୍ଧା ସାମଗ୍ରୀ ଜବତ କରିଛନ୍ତି । ଚଢ଼ାଉରେ କାହାରିକୁ ଗିରଫ କରାଯାଇ ପାରିନଥିବା ପୋଲିସ ପକ୍ଷରୁ ସୂଚନା ମିଳିଛି । ଉକ୍ତ ଚଢାଉ ରେ ପୋଡାମାରି ଫାଣ୍ଡି ଥାନା ଅଧିକାରୀ ଏଏସ୍ଆଇ ପରମେଶ୍ବର ମଲ୍ଲିକ,କନେଷ୍ଟବଲ ଟୁକୁନା ପ୍ରଧାନ , ହେମନ୍ତ କୁମାର ସାହୁ, ଭେଙ୍କଟେଶ୍ଵର ବେହେରା, ଦେବେନ୍ଦ୍ର ବେହେରା, ଓଏପିଫ ବୀରେନ ରଇତ, ଅରୁଣ କୁମାର ଶବର, ହୋମଗାର୍ଡ ଶରତ କୁମାର ରଥ ପ୍ରମୁଖ ସାମିଲ ଥିଲେ ।
(ରିପୋର୍ଟ- ଆରତ କୁମାର ହୋତା। )