ମାଲକାନଗିରି,୨୪/୦୫(ପିପିଟି): ମାଲକାନଗିରି ଜିଲ୍ଲା ମାଥିଲି ବନାଞ୍ଚଳ ଅନ୍ତର୍ଗତ ମାଥିଲି ଗ୍ରାମରୁ ଗତକାଲି ରାତିରେ ବନ ବିଭାଗ ପକ୍ଷରୁ ଏକ ୫ କେଜି ଓଜନର ବଜ୍ରକାପ୍ତା ଉଦ୍ଧାର କରାଯାଇଛି ।
ମିଳିଥିବା ସୂଚନା ଅନୁଯାୟୀ, ମାଥିଲି ଗ୍ରାମର ଆର. ପଣ୍ଡାଙ୍କ ଘର ନିକଟରେ ଏକ ବଜ୍ରକାପ୍ତା ବୁଲୁଥିବା ଦେଖିବାକୁ ପାଇ ଶ୍ରୀ ପଣ୍ଡା ମାଥିଲି ବନ ବିଭାଗକୁ ଖବର ଦେଇଥିଲେ । ଖବର ପାଇ ଅଧିକାରୀ ବାସୁଦେବ ନାୟକଙ୍କ ନେତୃତ୍ଵରେ ବନ କର୍ମଚାରୀମାନେ ଆସି ବହୁ ଖୋଜାଖୋଜି କରିବା ପରେ ଏହି ବଜ୍ରକାପ୍ତାକୁ ଧରିବାରେ ସକ୍ଷମ ହୋଇଥିଲେ । ଉଦ୍ଧାର ବଜ୍ରକାପ୍ତାକୁ ମାଥିଲି ବନାଞ୍ଚଳ କାର୍ଯ୍ୟାଳୟରେ ରଖାଯାଇଛି । ଏହାର ସ୍ଵାସ୍ଥ୍ୟ ପରୀକ୍ଷା କରିବା ପରେ ବନଖଣ୍ଡ ଅଧିକାରୀଙ୍କ ନିର୍ଦ୍ଦେଶ କ୍ରମେ ତାକୁ ଜଙ୍ଗଲରେ ଛଡାଯିବ ବୋଲି ଶ୍ରୀ ନାୟକ ପ୍ରକାଶ କରିଛନ୍ତି ।
(ରିପୋର୍ଟ:ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ, ମାଲକାନଗିରି)