“ପହରାଜ ପ୍ରତିଭା ପୂଜା ପରିଷଦ” ପକ୍ଷରୁ ପୂର୍ଣ୍ଣଚନ୍ଦ୍ର ଓଡ଼ିଆ ଭାଷାକୋଷ ପ୍ରଣେତା ଗୋପାଳ ଚନ୍ଦ୍ର ପ୍ରହରାଜଙ୍କ ୧୪୭ତମ ଜୟନ୍ତୀ ପାଳିତ ।

0 166

କଟକ,୨୮/୦୯(ପିପିଟି);ପୂର୍ଣ୍ଣଚନ୍ଦ୍ର ଓଡ଼ିଆ ଭାଷାକୋଷ ପ୍ରଣେତା ତଥା ବିଶିଷ୍ଟ ସାହିତ୍ୟିକ ଗୋପାଳ ଚନ୍ଦ୍ର ପ୍ରହରାଜଙ୍କ ୧୪୭ତମ ଜୟନ୍ତୀ ଅଗ୍ରଣୀ ସାମାଜିକ ସଂଗଠନ ‘ସରସ୍ବତୀ କଳା ପରିଷଦ’, କଳାବିହାର,କନ୍ଦରପୁର, କଟକ କାର୍ଯ୍ୟାଳୟରେ ‘ପହରାଜ ପ୍ରତିଭା ପୂଜା ପରିଷଦ’ ଆନୁକୂଲ୍ୟରେ ପାଳିତହୋଇଯାଇଛି । ପରିଷଦର ସଭାପତି କବି କାଳୀ ପ୍ରସାଦ ମହାପାତ୍ରଙ୍କ ସଭାପତିତ୍ୱରେ ଆୟୋଜିତ ଜୟନ୍ତୀ ସଭାରେ ବରିଷ୍ଠ ସାମ୍ବାଦିକ କବି ନୀଳମଣି ସାହୁ, ପରିଷଦର ଉପସଭାପତି ସାହିତ୍ୟିକ ପିତାମ୍ବର ମହାପାତ୍ର, ସମ୍ପାଦକ ପୀୟୂଷ ରଂଜନ ପରିଡ଼ା, ହୃଦାନନ୍ଦ ଜେନା, କୃତିଶିକ୍ଷକ ଗୋବିନ୍ଦ ଚନ୍ଦ୍ର ପ୍ରଧାନ, ରମାକାନ୍ତ ନାୟକ, ଶ୍ରମିକନେତା ଚକ୍ରବର୍ତ୍ତୀ ଓତା, ଉମାକାନ୍ତ ଭୂଇଆଁ,ନିରଞ୍ଜନ ପରିଡ଼ା,ବ୍ୟଙ୍ଗକବି ପ୍ରତାପ ବେହେରା ପ୍ରମୁଖ ଯୋଗଦେଇ ବରେଣ୍ୟ ପ୍ରତିଭା ଓଡ଼ିଆ ମାଟିର କୃତିସନ୍ତାନ ଯୁଗସ୍ରଷ୍ଟା ଗୋପାଳ ଚନ୍ଦ୍ର ପ୍ରହରାଜଙ୍କ ସାହିତ୍ୟକୃତି ଉପରେ ଆଲୋଚନା କରିବାସହ ତାଙ୍କର ଏକ ପ୍ରତିମୂର୍ତ୍ତି ରାଜଧାନୀ ଭୁବନେଶ୍ବରରେ ପ୍ରତିଷ୍ଠା ନିମନ୍ତେ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ପରିଶେଷରେ ସରସ୍ୱତୀ କଳା ପରିଷଦର ସମ୍ପାଦକ ନାଟ୍ୟକାର ଅଶୋକ କୁମାର ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.