ବୋଲଗଡ଼,୧୩/୦୨(ପିପିଟି) :ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ବ୍ଲକ୍ ଅନ୍ତର୍ଗତ ପାଟବନ୍ଧ ଗ୍ରାମର ଆରଧ୍ୟ ଦେବ ପଶ୍ଚିମେଶ୍ୱରଙ୍କ ପୀଠରେ ୪ଦିନଧରି ପଞ୍ଚମ ଆଞ୍ଚଳିକ ବିଶ୍ୱ ଶାନ୍ତି ମହାଯଜ୍ଞ ଅନୁଷ୍ଠିତ ହେଉଅଛି।ପାଟବନ୍ଧ ଗ୍ରାମ ସମେତ ପଡୋଶୀ ଗ୍ରାମ ଓ ବାହାରୁ ଶ୍ରଦ୍ଧାଳୁ ଭକ୍ତ ମାନେ ଆସି ମହାଯଜ୍ଞରେ ଯୋଗଦାନ କରିଛନ୍ତି। ଆରାଧ୍ୟ ଠାକୁର ପଶ୍ଚିମେଶ୍ୱରଙ୍କ ପୀଠରେ ବୈଦିକ ବିଧିରେ ଆଞ୍ଚଳିକ ବିଶ୍ବ ଶାନ୍ତି ମହାଯଜ୍ଞ ଅନୁଷ୍ଠିତ ହେଉଛି।୧୨ତାରିଖରେ ଅଙ୍କୁର ରୋପଣ ହୋଇଥିବା ବେଳେ ୧୩ତାରିଖରେ ଶ୍ରଦ୍ଧାଳୁ ଭକ୍ତମାନଙ୍କ ଦ୍ୱାରା ଜଳ କଳସ ଧରି ସୋଭାଯାତ୍ରା ରେ ଗ୍ରାମ ପରିକ୍ରମା କରି ମହାଯଜ୍ଞ ସ୍ଥଳୀରେ ପହଞ୍ଚି କଳସ ସ୍ଥାପନ କରିଥିଲେ ।ତତ ସହିତ ଦେବତା ଆବାହନ ଏବଂ ଅଗ୍ନି ସଂସ୍କାର କାର୍ଯ୍ୟ ଆରମ୍ଭ ହୋଇଛି । ୧୪ତାରିଖ ଓ ୧୫ ତାରିଖରେ ଶ୍ରୀମଦ୍ ଭାଗବତ ଗୀତା ଆହୁତି, ସୂର୍ଯ୍ୟ ପୂଜା, ଗୋ ପୂଜା, ଶାଲା ପୂଜା, ରୁଦ୍ର ଅଷ୍ଟାଧ୍ୟାୟି, ରାଷ୍ଟ୍ର ହୋମ, ପୂର୍ଣ ଆହୁତି ଦିଆଯିବ ବୋଲି ଆଞ୍ଚଳିକ ମହାଯଜ୍ଞ କମିଟି ତରଫରୁ ସୂଚନା ମିଳିଛି।
(ରିପୋର୍ଟ-ସୁଶାନ୍ତ କୁମାର ପ୍ରଧାନ।)