ପଶ୍ଚିମଶ୍ୱର ଦେବ ସରକାରୀ ଉଚ୍ଚ ବିଦ୍ୟାଳୟରେ ଦୀର୍ଘ ବର୍ଷ ଧରି ପାନୀୟ ଜଳ ସମସ୍ଯା।

0 251

ବୋଲଗଡ,୧୬/୦୫(ପିପିଟି),ସରକାର ପାନୀୟ ଜଳର ସମସ୍ୟା କୁ ଗୁରୁତ୍ବ ଦେଇ ପ୍ରତ୍ୟେକ ଗ୍ରାମରେ ପ୍ରତିଟି ପରିବାର ନିକଟରେ ଜଳ ଯୋଗାଣ ବ୍ୟବସ୍ଥା ହେବାର ପ୍ରତିଶୃତି ଦେଇ ପାଣି ଭଳିଆ ଟଙ୍କା ଖର୍ଚ୍ଚ କରୁଛନ୍ତି କିନ୍ତୁ ସେସବୁ କେତେଦୂର ପୁରଣ କରୁଛନ୍ତି ତାହା ବାରିହୋଇ ପଡୁଛି ବୋଲଗଡ଼ ବ୍ଳକ ଅନ୍ତର୍ଗତ ଗୋପାଳପୁର ପଞ୍ଚାୟତର ତାଳତୁମ୍ବ ଗ୍ରାମର ପଶ୍ଚିମଶ୍ୱର ଦେବ ସରକାରୀ ଉଚ୍ଚ ବିଦ୍ୟାଳୟକୁ ଦେଖି। ସେହି ବିଦ୍ୟାଳୟରେ ଗୋଟିଏ କୂଅ ଥିଲେ ମଧ୍ୟ ତାହା ପ୍ରତେକ ବର୍ଷ ଫେବ୍ରୁଆରୀ ମାସ ଶେଷ ସୁଦ୍ଧା ପାଣି ସୁଖି ଯାଇଥାଏ। ଓ ନଳକୂପ ଟିଏ ଥିଲେ ମଧ୍ୟ କୋଡିଏ ପଚିଶି ଥର ମାରିଲେ ପାଣି ବାହାରେ ତାହା ବ୍ୟବହାର ଉପଯୋଗୀ ନୁହେଁ। ଚାରି ପାଞ୍ଚ ବାଲଟି ପାଣି ବାହାରିଲା ପରେ ନଳକୂପଟିରୁ ଆଉ ପାଣି ବାହାରେ ନାହିଁ। ବସୁଧା ଯୋଜନାରେ ଗୋଟିଏ ଟ୍ୟାପ୍ ଥିଲେ ତାହା ମଧ୍ୟ ଅନିୟମିତତା ଭାବରେ ପାଣି ଆସୁଅଛି। ଯାହା ପାଣି ଆସୁଅଛି ତାହା ପର୍ଯ୍ୟାପ୍ତ ନୁହେ। ଏହି ସମସ୍ୟା ନେଇ ପଞ୍ଚାୟତରେ ଅଭିଯୋଗ କରିଥିଲେ ମଧ୍ୟ କୌଣସି ସୁଫଳ ମିଳି ନଥିଲା। ବିଦ୍ୟାଳୟରେ ଥିବା କୂଅ, ନଳକୂପ ଉପରେ ବିଦ୍ୟାଳୟର ପ୍ରାୟ ଦୁଇ ଶହ ପଚାଷ ଜଣ ଛାତ୍ରଛାତ୍ରୀ ଓ ଶିକ୍ଷକ ମାନେ ପାନୀୟ ଜଳ ଓ ଶୌଚ କାର୍ଯ୍ୟ ପାଇଁବ୍ୟବହାର କରି ଥାନ୍ତି। ତେଣୁ ସ୍ଥାନୀୟ ପ୍ରଶାସନ ତୁରନ୍ତ କୂଅ, ନଳକୂପଟିର ମରାମତି କଲେ ସମସ୍ୟାର ସମାଧାନ ହୋଇ ପାରନ୍ତା।

(ରିପୋର୍ଟ -ସୁଶାନ୍ତ କୁମାର ପ୍ରଧାନ। )

Leave A Reply

Your email address will not be published.