ସାନଖେମୁଣ୍ଡି,୨୧/୦୫(ପିପିଟି): ଗଞ୍ଜାମ ଜିଲ୍ଲାରେ ପ୍ରସିଦ୍ଧ ଥିବା ମାଁ ଠାକୁରାଣୀ ଯାତ୍ରାକୁ ସାନଖେମୁଣ୍ଡି ବ୍ଲକ ଅନ୍ତର୍ଗତ ପଳାସପୁର ଗ୍ରାମରେ ପ୍ରଥମ କରି ୧୬/୦୫/୨୦୨୨ ରେ ଆରମ୍ଭ ହୋଇ ୨୦/୦୫/୨୦୨୨ ରେ ମହାଆଡମ୍ବରରେ ଉଦଯାପନ ହୋଇଯାଇଛି । ଆଜି ଅସ୍ଥାୟୀ ମଣ୍ଡପରୁ ମାଆଙ୍କୁ ପୂଜା ଅର୍ଚ୍ଚନା କରିବା ପରେ ଗ୍ରାମଭ୍ରମଣ କରି ଆଣି ମାଁ ନିଜ ମନ୍ଦିରକୁ ପ୍ରତ୍ୟାଗମନ କରିଛନ୍ତି । ପ୍ରଥମ ଦିନ ମାଁ ଅସ୍ଥାୟୀ ମଣ୍ଡପକୁ ଆସିଥିବାବେଳେ ଦ୍ୱତୀୟ ଦିନ ଗ୍ରାମ୍ୟ ପରିକ୍ରମା କରିଥିଲେ । ତୃତୀୟ ଦିନ ଅସ୍ଥାୟୀ ମଣ୍ଡପ ନିକଟରେ ସାଂସ୍କୃତିକ ରାମାୟଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା ବେଳେ ଚତୁର୍ଥ ଦିନ ଭାରତଲୀଳା ନାଟକ ଓ ପଞ୍ଚମ ଦିନ ସନ୍ଧ୍ୟାରେ ମାଁ ନିଜ ମନ୍ଦିରକୁ ପ୍ରତ୍ୟାଗମନ କରି ରାତ୍ର ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଶ୍ରୀ ଶ୍ରୀ ମାଁ ବୁଢ଼ୀଠାକୁରାଣୀ ଆଶ୍ରିବାଦରୁ ୫ ଦିନ ଯାତ୍ରା ଅତି ଶାନ୍ତି ଶୃଙ୍ଖଳାରେ ଶେଷ ହୋଇଥିବାରୁ , ପଳାସପୁର ଗ୍ରାମବାସୀ , ଯୁବ ଭଲିଣ୍ଡର , ଅନ୍ୟ ସହଯୋଗୀ ସହ ପୋଲିସ ପ୍ରଶାସନଙ୍କୁ ଧନ୍ୟବାଦ କରିଛନ୍ତି ଯାତ୍ରା କମିଟିର ସଭାପତି ଜଗନ୍ନାଥ ପାଣିଗ୍ରାହୀ , ଉପସଭାପତି ବିଜୟ ମହାପାତ୍ର , ସମ୍ପାଦକ ଜି ସଞ୍ଜୟ କୁମାର ରେଡ୍ଡୀ , ସାହସମ୍ପାଦକ ପଦ୍ମନାଭ ଗୌଡ଼ , କୋଷାଧକ୍ଷ ନୀଳମାଧଵ ସାହୁ । ଉକ୍ତ ଯାତ୍ରାକୁ ପରିଚାଳନା କରୁଥିବାବେଳେ ଉପଦେଷ୍ଟା ଭାବେ ଗ୍ରାମର ପଞ୍ଚାନନ ଅଚାରୀ , ରବୀନ୍ଦ୍ର ବେହେରା , ହରିହର ପାତ୍ର,ବାଳକୃଷ୍ଣ ଚୌଧୁରୀ, ସରପଞ୍ଚ ଜାଗିଲି ସେଠୀ , ଶୁକଦେବ ରେଡ୍ଡୀ,ଅଶୋକ ସାହୁ, ଗୋପୀନାଥ ପାତ୍ର ପ୍ରମୁଖ ସହଯୋଗ କରିଥିଲେ ।
(ରିପୋର୍ଟ- ଆରତ କୁମାର ହୋତା। )
Prev Post