ସାନଖେମୁଣ୍ଡି,୦୪/୦୫(ପିପିଟି): ବୈଶାଖ ମାସ ଆସିଲେ ମନେପଡ଼ିଯାଏ ମାଆ ବୁଢ଼ୀ ଠାକୁରାଣୀଙ୍କ ଯାତ୍ରା । ଗଞ୍ଜାମ ଜିଲ୍ଲାରେ ପ୍ରସିଦ୍ଧ ଥିବା ଏହି ଯାତ୍ରାକୁ ପ୍ରାୟ ଗଞ୍ଜାମ ଜିଲ୍ଲାର ଗ୍ରାମରେ ପାଳନ କରନ୍ତି । ମାଆଙ୍କୁ ଗ୍ରାମକୁ ଆଣି ଅସ୍ଥାୟୀ ମଣ୍ଡପରେ ମାଆଙ୍କୁ ସ୍ଥାପନ କରିବା ପରେ ପଟୁଆର କରି ନଗର ପରିକ୍ରମା କରିଥାନ୍ତି । କିନ୍ତୁ ସାନଖେମୁଣ୍ଡି ବ୍ଲକର ପଳାସପୁର ଗ୍ରାମରେ ଠାକୁରାଣୀଙ୍କ ମନ୍ଦିର ଥିଲେ ମଧ୍ୟ ମାଆଙ୍କ ଯାତ୍ରା ହେଉନଥିଲା । କିନ୍ତୁ ଚଳିତ ବର୍ଷ ଗ୍ରାମବାସୀ ଗ୍ରାମସଭା କରି ଯାତ୍ରା କରିବାକୁ ନିଷ୍ପତି ନେଇଛନ୍ତି । ପୂର୍ବରୁ ଗ୍ରାମରେ ମାଆ ଦଣ୍ଡ କାଳୀଙ୍କ ଦଣ୍ଡ ଯାତ୍ରା (ମେରୁ),ନବରାତ୍ରି ପୂଜା, ଶୀତଳସଷ୍ଟି ଯାତ୍ରା ପରମ୍ପରା ଅନୁସାରେ ଚାଲି ଆସୁଛି । କିନ୍ତୁ ମାଆ ବୁଢ଼ୀ ଠାକୁରାଣୀଙ୍କ ଯାତ୍ରା ନୂଆଁ କରି ଏହି ବର୍ଷ ଆରମ୍ଭ କରୁଛନ୍ତି ପଳାସପୁର ର ଗ୍ରାମବାସୀ ବୃନ୍ଦ । ଗ୍ରାମରେ ଏକ ବ୍ୟଠକ ଡାକି ଗ୍ରାମର ପଞ୍ଚାନନ ଅଚାରୀ, ରବୀନ୍ଦ୍ର ବେହେରା, ହରିହର ପାତ୍ର, ବାଳକୃଷ୍ଣ ଚୌଧୁରୀ,ସରପଞ୍ଚ ଜାଗିଲି ସେଠୀ, ଶୁକଦେବ ରେଡ୍ଡୀ,ଅଶୋକ ସାହୁ, କ୍ରିଷ୍ଣା ଦାସ,ହରିହର ତ୍ରିପାଠୀ,ବୁଡୁ ବେହେରା, ରୁନା ଚୌଧୁରୀ,ଟୁନା ସାହୁ,ଅରୁଣ ସାହୁ, କାର୍ତ୍ତିକ ସାହୁ, ଜିତେନ୍ଦ୍ର ବେହେରା, ଗୋପୀନାଥ ପାତ୍ର ଓ ସମସ୍ତ ଗ୍ରାମବାସୀଙ୍କ ଉପସ୍ଥିତରେ ଉକ୍ତ ଯାତ୍ରାର ସଭାପତି ଭାବେ ଗ୍ରାମର ଜଗନ୍ନାଥ ପାଣିଗ୍ରାହୀଙ୍କୁ ଗ୍ରାମବାସୀ ଚୟନ କରିଥିବା ବେଳେ, ଉପସଭାପତି ବିଜୟ କୁମାର ମହାପାତ୍ର,ସମ୍ପାଦକ ଜି ସଞ୍ଜୟ କୁମାର ରେଡି, ସାହସମ୍ପାଦକ ପଦ୍ମନାଭ ଗୌଡ଼, କୋଷାଧ୍ଯକ୍ଷ ନୀଳମାଧଵ ସାହୁଙ୍କୁ ଚୟନ କରିଛନ୍ତି । ଆଜି ଗ୍ରାମବାସୀ ଏକତ୍ରିତ ହୋଇ ଯାତ୍ରାର ଶୁଭ ଖୁଣ୍ଟି ସ୍ଥାପନ କରିଛନ୍ତି । ଗ୍ରାମରେ ଏହି ଯାତ୍ରା ଆସନ୍ତା ୧୬/୦୫/୨୦୨୨ ଠାରୁ ୨୦/୦୫/୨୦୨୨ ପଯ୍ୟନ୍ତ ୫ ଦିନ ଧରି ଅନୁଷ୍ଠିତ ହେବ ।
(ରିପୋର୍ଟ- ଆରତ କୁମାର ହୋତା। )
Prev Post
Next Post