ପଲିଥିନ ତଳେ ସାଇନାଥ ବସ୍ତିବାସିନ୍ଦା ପରିବାର।

0 250

ଭୁବନେଶ୍ବର,୦୯/୦୩; ଏମ୍ସ (AIIMS) ହସ୍ପିଟାଲରେ ICU ଭିତରେ ମୁମୂର୍ଷୁ ଅବସ୍ଥାରେ ଚିକିତ୍ସିତ ହେଉଥିବା ସମୟରେ ଗତ ୩ ମାର୍ଚ୍ଚରେ ସ୍ଥାନୀୟ ଶାସକ ଦଳର ନେତାଙ୍କ ନେତୃତ୍ୱରେ ବିଡିଏ, ବିଏମସି ଓ ପୁଲିସ ଏହି ପରିବାରର ଘର ଗୁଡିକୁ ଭାଙ୍ଗି ଦେଇଛନ୍ତି। ୭ ଦିନ ପରେ ଏମ୍ସ ହସ୍ପିଟାଲରୁ ଡ଼ିସଚାର୍ଜ ହୋଇ ଆସି ଘରେ ପହଂଚିବା ବେଳକୁ ଘର ନାହିଁ କି ଘରର କୌଣସି ଆସବାବପତ୍ର ନାହିଁ। ସବୁ ଭାଙ୍ଗିରୁଜି ଚୁନା ହୋଇଯାଇଛି। ପାଖରେ ଟଙ୍କାଟିଏ ନାହିଁ। ରୋଗୀଣା ସ୍ୱାମୀକୁ ନେଇ ଭଙ୍ଗା ଘର ନିକଟରେ ଖୋଲା ଆକାଶତଳେ ପଡିଛନ୍ତି ଏହି ଦୁଃସ୍ଥ ପରିବାର। ଯେଉଁ ପରିବାର ମାନଙ୍କ ଘର ଅଧା ଭଙ୍ଗା ହୋଇଛି, ଯେଉଁ ମାନଙ୍କର ଘର ଭଙ୍ଗା ହୋଇନାହିଁ, ସେମାନଙ୍କର ମଧ୍ୟ ଗତ ୩ ତାରିଖରୁ ବିଦ୍ୟୁତ ସଂଯୋଗ, ପାଣି ସଂଯୋଗ କାଟିଦିଆଯାଇଛି। ବିଦ୍ୟୁତ ବିଭାଗରେ ଅଭିଯୋଗ କରିବା ପରେ ମଧ୍ୟ ବିଦ୍ୟୁତ ସଂଯୋଗ ଦେଉନାହାନ୍ତି। ବହୁ ଦୂରରୁ ପାଣି ବୋହି ଆଣି ଅତ୍ୟନ୍ତ ନିଃସହାୟ ଅବସ୍ଥାରେ ପଡିଛନ୍ତି ଏହି ଗରୀବ ବସ୍ତିବାସିନ୍ଦା ପରିବାରମାନେ। ପିଲାମାନଙ୍କ ପାଠପଢ଼ା ସମ୍ପୂର୍ଣ୍ଣ ଠପ। ଏହା ଅତ୍ୟନ୍ତ ଅମାନବୀୟ ଘଟଣା। ଏହି ଘଟଣା ସରକାରଙ୍କ ବସ୍ତିବାସିନ୍ଦା ଓ ଗରୀବ ଲୋକଙ୍କ ପାଇଁ ସବୁ ଯୋଜନା, ଘୋଷଣା ଓ ଆଇନର ଅସଲ ସ୍ଥିତି ଓ ସରକାର ପ୍ରଶାସନର ଆଭିମୁଖ୍ୟ ପଦାରେ ପକାଇ ଦେଇଛି।

Leave A Reply

Your email address will not be published.