ବେଗୁନିଆ,୦୫/୦୬(ପିପିଟି): ଅସାଧାରଣ ଚିନ୍ତା ନେଇ ଏକ ସାଧାରଣ ମଣିଷ ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ବ୍ଲକ୍ ଅନ୍ତର୍ଗତ ବାଘମାରୀ ଗ୍ରାମ ପଞ୍ଚାୟତର ପେଶାରେ ଜଣେ ପଥର ମୁର୍ତି ଶିଳ୍ପୀ କଳ୍ପତରୁ ପଣ୍ଡା. ସମାଜ ପାଇଁ ଗାଆଁ ପାଇଁ କିଛି କରିବାର ସ୍ବପ୍ନ ନେଇ ସେ କରନ୍ତି ରକ୍ତଦାନ ଶିବିର କରନ୍ତି ସ୍ବାସ୍ଥ୍ୟ ଶିବିର ପାଳନ କରନ୍ତି ମହିଳା ଦିବସ, ପରିବାର ଦିବସ. ସହୀଦ ଦିବସ ଇତ୍ୟାଦି, ଏହି କ୍ରମରେ ଆଜି ବିଶ୍ବ ପରିବେଶ ଦିବସ ଅବସରରେ ନିଜ ସହଯୋଗୀ ମାନଙ୍କ ସହ ସ୍ଥାନୀୟ ସ୍ବାମୀ ନିଗମାନନ୍ଦ ଆଶ୍ରମ ପରିସରରେ ପହଞ୍ଚି ବୃକ୍ଷ ରୋପଣ କରିଥିଲେ କଳ୍ପତରୁ। ଆମ୍ବ, ଜମ୍ବିଲ୍, ଅଁଳା, ବଉଳ, ନଡିଆ ବୃକ୍ଷ ରୋପଣ କରିବା ସହ ପୁର୍ବରୁ ଲଗାଯାଇ ଥିବା ବୃକ୍ଷ ଗୁଡିକୁ ସଫା କରୀ ଉପଯୁକ୍ତ ସାର କୀଟନାଶକ ଦେଈ ଯତ୍ନ ନେଇଥିଲେ। କଲ୍ପତରୁଙ୍କ ଉଦ୍ୟମ ରେ ଗ୍ରାମର ପୋଖରୀ ହୁଡା, ବିଲ ହୁଡ଼ା, ପରିତ୍ୟକ୍ତ ଜମି,ସ୍କୂଲ ଓ ମନ୍ଦିର ପରିସରରେ ବୃକ୍ଷ ରୋପଣ କରାଯାଇ ଅଛି,କେବଳ ବୃକ୍ଷ ରୋପଣ ନୁହେ ତା ପରର ଦାୟିତ୍ବ ଉପଯୁକ୍ତ ହାତକୁ ହସ୍ତାନ୍ତର ନ କରିବା ପର୍ଯ୍ୟନ୍ତ କଳ୍ପତରୁ ନିଜେ ଗଛର ଯତ୍ନ ନେଇ ଥାଆନ୍ତି। ସେଇଥିପାଇଁ ଅଞ୍ଚଳରେ ସୃଷ୍ଟି ହୋଇ ପାରିଛି ଅନେକ ସବୁଜିମା ଏହାର ସମସ୍ତ ଶ୍ରେୟ କଳ୍ପତରୁ ନିଜର ସହଯୋଗୀ. ଦୀପକ ଘଡେଇ, ସୁଧୀର ଜେନା,ସତ୍ୟବ୍ରତ ସେଠୀ. ରଜନୀକାନ୍ତ ପଣ୍ଡା ଓ ରାଜେଶ ଦାଶଙ୍କୁ ଦେଇଥାଆନ୍ତି।ତାଙ୍କର ଏହି କାର୍ଯ୍ୟ ପାଇଁ ବୁଦ୍ଧିଜୀବୀ ମହଲରୁ ବହୁ ପ୍ରସଂଶା ସୁଅ ଛୁଟିଆସୁଛି।
(ରିପୋର୍ଟ-ସୁଶାନ୍ତ କୁମାର ପ୍ରଧାନ।)