ପରିଣତ ବୟସରେ ବାର୍ଦ୍ଧକ୍ୟ ଭତ୍ତା ଅପେକ୍ଷାରେ ମଙ୍ଗଳା;ଯୋଗ୍ୟ ହିତାଧିକାରୀ ମାନେ ସରକାରୀ ସୁବିଧାରୁ ବଞ୍ଚିତ ।

0 261

ମାଲକାନଗିରି,୧୮/୦୧(ପିପିଟି): ୬୦ ବର୍ଷର ବରିଷ୍ଠ ନାଗରିକ ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ଅନେକ ଯୋଜନା ପ୍ରଚଳିତ କରିଛନ୍ତି।ତନ୍ମଧ୍ଯରୁ ବାର୍ଦ୍ଧକ୍ଯ ଭତ୍ତା ଅନ୍ଯତମ ।ଓଡ଼ିଶା ସରକାରଙ୍କ ମଧୁ ବାବୁ ପେନସନ ଯୋଜନା ରହିଥିବା ବେଳେ କେନ୍ଦ୍ର ସରକାରଙ୍କ ଇନ୍ଦିରା ଗାନ୍ଧୀ ଜାତୀୟ ପେନସନ ଯୋଜନା କାର୍ଯ୍ୟକାରୀ ହେଉଛି। ହେଲେ ୭୦/୮୦ ବୟସ ବୁଢାବଢିମାନଙ୍କୁ ବ୍ଲକ ପ୍ରଶାସନର ଅଣଦେଖା ଯୋଗୁଁ ଏପର୍ଯ୍ୟନ୍ତ ମିଳି ପାରୁ ନାହିଁ ଭତ୍ତା । ଖଇରପୁଟ ବ୍ଲକ ଅନ୍ତର୍ଗତ କୁରିଗୁଡା ଗାଁର ମଙ୍ଗଳା କିର୍ଷାନୀ (୭୭) ବାର୍ଦ୍ଧକ୍ୟ ଭତ୍ତା ପାଇଁ ଚାତକ ପରି ଚାହିଁ ବସିଥିବା ବେଳେ ପରିଣତ ବୟସରେ ରୋଗାକ୍ରାନ୍ତ ହେବା ପରେ ମଙ୍ଗଳା କିର୍ଷାନୀ ସରକାରୀ ଭତ୍ତା ପାଇଁ ଗୁହାରି କରିଛି। ମୁଦୁଲିପଡା ପଞ୍ଚାୟତ ଖୁରିଗୁଡା ଗ୍ରାମରୁ ମାତ୍ର ୫ କିମି ଦୂରତାରେ ଅବସ୍ଥିତ।ଏ ସମ୍ପର୍କରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ହୃଦାନନ୍ଦ ସାହୁଙ୍କୁ ପଚାରିବାରୁ ସେ କହିଛନ୍ତି ଅନୁଧ୍ୟାନ କଲା ପରେ ଉଚିତ ପଦକ୍ଷେପ ଗ୍ରହଣ କରାଯିବ।
ବର୍ତ୍ତମାନ ମଙ୍ଗଳା କିର୍ଷାନୀ ବିଭିନ୍ନ ପ୍ରକାର ରୋଗରେ ପୀଡ଼ିତ ହୋଇ ଆଜିକୁ ଦୀର୍ଘ ବର୍ଷ ହେବ ଅଚଳ ଅବସ୍ଥାରେ ପଡି ରହିଛି। ଜୀବନର ଶେଷ ସୋପାନରେ ପହଞ୍ଚି ଥିଲେ ମଧ୍ଯ ସମସ୍ତ ସରକାରୀ ସୁବିଧାରୁ ବଞ୍ଚିତ । ଆଦିବାସୀ ମୁଲକର ଗାଁ ଗଣ୍ଡାର ଆଦିବାସୀ ଲୋକମାନେ ଏହିପରି ଜନ ହିତାଧିକାରୀ ଯୋଜନା ସମ୍ପର୍କରେ ଅଜଣା ଥିବା ଲୋକଙ୍କ ପାଖକୁ ଯାଇ ତାଙ୍କୁ ସବୁ ସରକାରୀ ସୁବିଧା ପହଞ୍ଚାଇବା ପାଇଁ ପଞ୍ଚାୟତ ସ୍ତରରେ ପିଇଓ ମାନେ ନିଯୁକ୍ତ ହୋଇଛନ୍ତି ହେଲେ ସରକାରୀ କର୍ମଚାରୀ ମାନଙ୍କ ଅବହେଳାରୁ ଯୋଗ୍ଯ ହିତାଧିକାରୀମାନେ ସରକାରୀ ଯୋଜନରୁ ବହୁ ଦୂରରେ ରହିଛି।
(ରିପୋର୍ଟ:ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ, ମାଲକାନଗିରି)

Leave A Reply

Your email address will not be published.