ପରଲୋକରେ ପୂର୍ବତନ କ୍ରିକେଟର ତଥା ୟୁପି ମନ୍ତ୍ରୀ ଚେତନ ଚୌହାନ ।

0 589

ନୂଆଦିଲ୍ଲୀ,୧୬/୦୮; ଉତ୍ତରପ୍ରଦେଶର ସୁରକ୍ଷା ମନ୍ତ୍ରୀ ବା ପୂର୍ବ କ୍ରିକେଟର ଚେତନ ଚୌହାନଙ୍କର ଆଜି ପରଲୋକ ଘଟିଛି । ଆଜି ୪ଟା ୩୦ରେ ଚୌହାନଙ୍କର ହୃଦଘାତ ଯୋଗୁଁ ମୃତ୍ୟୁ ଘଟିଛି । ତାଙ୍କର ଗୁରୁଗ୍ରାମ ମେଦାନ୍ତ ହସ୍ପିଟାଲରେ ଚିକିତ୍ସା ଚାଲିଥିଲା । ଏହା ସହ ଚୌହାନ କରୋନା ସଂକ୍ରମିତ ମଧ୍ୟ ଥିଲେ । ତେବେ ୭୩ ବର୍ଷୀୟା ଚେତନ ଚୌହାନଙ୍କ ସ୍ୱାସ୍ଥ୍ୟ ଗୋଟିଏ ଦିନ ପୂର୍ବରୁ ହିଁ ଖରାପ ହୋଇଥିଲା । କିଡନୀ ଫେଲ୍ ହୋଇଥିବାରୁ ତାଙ୍କୁ ଲାଇଫ୍ ସିଷ୍ଟମରେ ରଖାଯାଇଥିଲା । ଯୋଗୀ ସରକାରଙ୍କ ଦ୍ୱିତୀୟ କ୍ୟାବିନେଟ ମନ୍ତ୍ରୀ ଚେତନ ଚୌହାନ କରୋନା କାରଣରୁ ମୃତ୍ୟୁବରଣ କରିଛନ୍ତି । କ୍ରିକେଟ ଟେଷ୍ଟ ମ୍ଯାଚ ନିୟୁଜିଲ୍ୟାଣ୍ଡ ବିରୁଦ୍ଧରେ ୨୫ ସେପ୍ଟେମ୍ବର ୧୯୬୯ ରେ ଆରମ୍ଭ କରିଥିଲେ । ୪୦ଟି ଟେଷ୍ଟ୍ ମ୍ଯାଚରେ ୨୦୮୪ ରନ କରିଥିଲେ । ୭ଟି ଦିନିକିଆ ମ୍ଯାଚ ଖେଳିଛନ୍ତି । ୧୯୮୧ ରେ ଅର୍ଜୁନ ପୁରସ୍କାର ପାଇଥିଲେ ।

Leave A Reply

Your email address will not be published.