ବୋଲଗଡ଼,୩୧/୧୦(ପିପିଟି):ସ୍ଥାନୀୟ ପରମାନନ୍ଦ ମହାବିଦ୍ୟାଳୟର ଏନ୍.ଏସ୍. ଏସ୍, ୱାଇ.ଆର୍.ସି. ଓ ଏନ୍.ସି. ସି. ର ମିଳିତ ଆନୁକୂଲ୍ୟରେ ରବିବାର ଦିନ ଭାରତର ପ୍ରଥମ ଉପ-ପ୍ରଧାନମନ୍ତ୍ରୀ, ଲୌହମାନବ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ପୂଣ୍ୟ ଜନ୍ମତିଥି ଅବସରରେ ରାଷ୍ଟ୍ରୀୟ ଏକତା ଦିବସ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ ପ୍ରଥମେ କଲେଜ ପରିସରରେ ମଶାଲ ପ୍ରଜ୍ଜ୍ୱଳନକରି “ଏକତା ପାଇଁ ଗଣଦୌଡ”ର ଶୁଭାରମ୍ଭ ହୋଇଥିଲା । ଏଥିରେ ମହାବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଯୋଗଦେଇ ହାତରେ ବିଭିନ୍ନ ପ୍ଲାକାର୍ଡ଼ ଧରି ଦେଶାତ୍ମବୋଧକ ସ୍ଲୋଗାନ୍ ସହ ଗ୍ରାମ ଓ ବଜାର ପରିକ୍ରମା କରିଥିଲେ । ଏହି କାର୍ଯ୍ୟକ୍ରମରେ ଅବସରପ୍ରାପ୍ତ ଡ଼େପୁଟି କଲେକ୍ଟର ସୁଧାର ସାମାନ୍ତରାୟ ମୁଖ୍ୟ ଅତିଥି, ପ୍ରାଧ୍ୟାପକ ଡ଼ଃ ଭବାନୀ ପ୍ରସାଦ ପଟ୍ଟନାୟକ ଓ ପ୍ରାଧ୍ୟାପକ ସୁନୀଲ୍ କୁମାର ରଥ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଶ୍ରୀ ପଟେଲଙ୍କ ଫଟୋଚିତ୍ରରେ ମାଳ୍ୟାର୍ପଣ କରିଥିଲେ । ଅଧ୍ୟକ୍ଷ ପ୍ରଫେସର ରବୀନ୍ଦ୍ର ନାଥ ପାଣିଗ୍ରାହୀ ସ୍ୱାଗତ ଭାଷଣ ଦେବା ସହ ସମସ୍ତଙ୍କୁ ରାଷ୍ଟ୍ରୀୟ ଏକତା ସମ୍ବନ୍ଧୀୟ ଶପଥପାଠ କରାଇଥିଲେ । ଏହି ଅବସରରେ ପୂର୍ବରୁ ଆୟୋଜିତ “ଅଖଣ୍ଡ ଭାରତ ଗଠନରେ ସର୍ଦ୍ଦାର ପଟେଲଙ୍କ ଭୂମିକା” ଶୀର୍ଷକ ବକ୍ତୃତା ପ୍ରତିଯୋଗିତାରେ କୃତିତ୍ୱ ଅର୍ଜନ କରିଥିବା ଛାତ୍ରଛାତ୍ରୀମାନଙ୍କୁ ପୁରସ୍କୃତ କରାଯାଇଥିଲା । ପରେ ଛାତ୍ରଛାତ୍ରୀମାନେ ଦେଶାତ୍ମବୋଧକ ସଙ୍ଗୀତ ଗାନ କରିଥିଲେ । ଅଧ୍ୟାପକ ଗାନ୍ଧୀ କୁମାର ସାହୁଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଏନଏସଏସ୍ କାର୍ଯ୍ୟକ୍ରମ ଅଧିକାରୀ ଅଧ୍ୟାପକ ପ୍ରଦୀପ କୁମାର ମିଶ୍ର,ଏନସିସି ଅଧିକାରୀ ଡ଼ଃ ରଞ୍ଜନ କୁମାର ଦାଶ, ପ୍ରାଧ୍ୟାପକ କର୍ମେଦୟ ଛୋଟ୍ଟରାୟ, କ୍ରୀଡ଼ା ଶିକ୍ଷକ ଭଞ୍ଜ କିଶୋର ଯତି, ଅଧ୍ୟାପକ ଅଜୟ କୁମାର ସାହୁ,ସନ୍ତୋଷ କୁମାର ବୈରୀଗଞ୍ଜନ,ଦୀପକ କୁମାର ଜେନା, ଅଧ୍ୟାପିକା ରଶ୍ମିରାଣୀ ସୁବୁଦ୍ଧି, ଲିପିକା ପ୍ରିୟଦର୍ଶିନୀ, ସୁଚିତ୍ରା ପଟ୍ଟନାୟକ ଓ ମୁଖ୍ୟ କିରାଣୀ ସତ୍ୟବ୍ରତ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ । ପରିଶେଷରେ ୱାଇଆରସି କାଉନ୍ସିଲର ଅଧ୍ୟାପକ ଗଣେଶ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ ।
(ରିପୋର୍ଟ- ସୁଶାନ୍ତ କୁମାର ପ୍ରଧାନ।)