ପମ୍ପ୍ ଚାଳକ ସଂଘର ଷଷ୍ଠ ବାର୍ଷିକ ଅଧିବେଶନ; ସଂଘ ପୁନର୍ଗଠନ ନେଇ ଆଲୋଚନା ।

0 142

ଭଞ୍ଜନଗର,୧୮/୦୨(ପିପିଟି); ଆଜି ଭଞ୍ଜନଗର ନିକଟସ୍ଥ ମାଆ ଝାଙ୍କରେଇ ପୀଠରେ ଗଞ୍ଜାମ ଜିଲ୍ଲାର ଆସ୍କା, ବୁଗୁଡା, ବେଲଗୁଣ୍ଠା, ଭଞ୍ଜନଗର, ପାତ୍ରପୁର, ଶେରଗଡ଼, ସାନଖେମୁଣ୍ଡି, ଜଗନ୍ନାଥପ୍ରସାଦ,ହିଞ୍ଜିଳି,କବିସୂର୍ଯ୍ୟନଗର, ପୋଲସରା, ପୁରୁଷୋତ୍ତମପୁର ଏବଂ ଛତ୍ରପୁର ବ୍ଳକ୍ ରେ କାର୍ଯ୍ୟରତ ଏସ୍ଇଏମ୍ ଏବଂ ପମ୍ପ୍ ଚାଳକ ମାନଙ୍କୁ ନେଇ ସେମାନଙ୍କର ଷଷ୍ଠ ବାର୍ଷିକ ଅଧିବେଶନ ଅନୁଷ୍ଠିତ ହୋଇଯାଇଛି । ଭଞ୍ଜନଗର ବ୍ଳକ୍ ସଭାପତି ପ୍ରସନ୍ନ ପ୍ରଧାନଙ୍କ ଅଧ୍ୟକ୍ଷତାରେ ଏବଂ ପ୍ରମୋଦ କୁମାର ପାଣିଗ୍ରାହୀଙ୍କ ପୌରୋହିତ୍ୟରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଭାଙ୍ଗି ଯାଇଥିବା ସଂଘକୁ ପୁନର୍ଗଠିତ କରିବା ପାଇଁ ଆଲୋଚନା କରାଯାଇଥିଲା । ଏହା ସହିତ ଲୋକଙ୍କ ସେବାରେ ସବୁବେଳେ ନିଜକୁ ନିୟୋଜିତ କରିଥିବା କର୍ମଚାରୀଙ୍କ ଦରମା ବୃଦ୍ଧି, ଚାକିରୀ ସ୍ଥାୟୀତ୍ୱ,ସାମାଜିକ ନିରାପତ୍ତା ଏବଂ ଜୀବନବୀମା ନେଇ ଆଗାମୀ ଦିନରେ ସଂଘ ତରଫରୁ ସରକାରଙ୍କ ଦୃଷ୍ଟି ଆକର୍ଷଣ କରାଯିବ ବୋଲି ଆଜିର ବୈଠକରେ ସ୍ଥିର କରାଯାଇଥିଲା । ଆସନ୍ତା ବୈଠକ ଆସ୍କାରେ ଅନୁଷ୍ଠିତ କରାଯାଇ ସଂଘ ପୁନର୍ଗଠନ ଦିଗରେ ପଦକ୍ଷେପ ନିଆଯିବା ସହ ସଂଘର ସଦସ୍ୟ ସଂଖ୍ୟା ବୃଦ୍ଧି କରିବା ପାଇଁ ବୈଠକରେ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା । ଆଜିର ସମସ୍ତ କାର୍ଯ୍ୟକ୍ରମକୁ ଶ୍ୟାମ ସୁନ୍ଦର ବିଷୋୟୀ, ଲିଲନ୍ ବିଶ୍ୱାଳ ଏବଂ ଭଗବାନ ବେହେରାଙ୍କ ନେତୃତ୍ୱରେ ପରିଚାଳିତ ହୋଇଥିଲା ।

(ରିପୋର୍ଟ- ଜୟକୃଷ୍ଣ ପଟ୍ଟନାୟକ। )

Leave A Reply

Your email address will not be published.