ପଦ୍ମପୁରରୁ ସରକାରୀ ବସ ଚଳାଚଳ ପାଇଁ ନିଷ୍ପତ୍ତି ।

0 201

ପଦ୍ମପୁର,(ପିପିଟି ନ୍ଯୁଜ୍)୧୫/୦୫,କରୋନା ଭୁତାଣୁ କୋବିଡ଼-୧୯ ଯୋଗୁ ସାରା ଦେଶରେ ଚାଲିଥିବା ଲକ୍ ଡାଉନ ଯୋଗୁଁ ଜନ ଗହଳି କମ କରି କରୋନା ସଂକ୍ରମଣ ଚେନକୁ ଭାଙ୍ଗିବା ପାଇଁ ସରକାରଙ୍କ ନିଷ୍ପତ୍ତି କ୍ରମେ ସମସ୍ତ ଯାତାୟତ ସେବା ତଥା ବସ ଟ୍ରେନ ଏରୋପ୍ଲେନ ଆଦି ବନ୍ଦ କରା ଯାଇଥିଲା। ହେଲେ ବର୍ତ୍ତମାନ ସ୍ଥିତିକୁ ଅନୁଧ୍ୟାନ ପରେ ସରକାର ଦ୍ଵାରା ନିଆ ଯାଇଥିବା ନୂତନ ନିଷ୍ପତ୍ତି ଅନୁଯାୟୀ କେତେକ ଯାତାୟତ ସେବା ଆରମ୍ଭ ହୋଇଛି। ଏହି ପରିପ୍ରେକ୍ଷୀରେ  ଆଜି ପଦ୍ମପୁର ଓ.ଏସ.ଆର.ଟି.ସି. ପକ୍ଷରୁ ପଦ୍ମପୁର ରୁ ସମ୍ବଲପୁର ଏବଂ ପଦ୍ମପୁର ରୁ ନୂଆପଡା ଅଭିମୁଖେ ପ୍ରଥମ ବସ ସେବା ଆରମ୍ଭ କରାଯାଇଛି। ସରକାରୀ ନିର୍ଦେଶ ଅନୁଯାୟୀ ବସ ଗୁଡିକୁ ପୂର୍ନ ରୂପେ ସେନିଟାଇଜ କରାଯାଇ ବସରେ ଯାତାୟତ କରିବାକୁ ଥିବା ପେସେଞ୍ଜର ମାନଙ୍କ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯାଇଥିବା ବେଳେ ବସ ଭିତରେ ସେନିଟାଇଜର ମଧ୍ୟ ବ୍ୟବସ୍ଥା କରାଯାଇଛି । ଯାତ୍ରୀ ମନଙ୍କ ସୁରକ୍ଷା କୁ ଦୃଷ୍ଟିରେ ରଖି ସାମାଜିକ ଦୂରତ୍ୱ ପାଇଁ ବସରେ ଅଧା ପେସେଞ୍ଜର ହିଁ ଯାତ୍ରା କରିବାର ନିୟମ କରାଯାଇଛି।
ରିପୋର୍ଟ – ନିରଞ୍ଜନ ତ୍ରିପାଠୀ ।

Leave A Reply

Your email address will not be published.