ରାୟଗଡା,୨୪/୦୯(ପିପିଟି); ରାୟଗଡା ଜିଲ୍ଲା ପଦ୍ମପୁର ବ୍ଲକରେ ବୁଧବାର ଦିନ ୧୧ ତମ ସମିତିବୈଠକ ଅନୁଷ୍ଠିତ ହୋଇଥିଲା।ବୈଠକ ପୂର୍ବରୁ ପୂର୍ବତନ ସହକାରୀଯନ୍ତ୍ରୀ ପୂର୍ଣ୍ଣଚନ୍ଦ୍ର ସାହୁଙ୍କ ବିୟୋଗରେ ଶ୍ରଦ୍ଧାଞ୍ଜଳି ଅର୍ପଣ ସହିତ ଦୁଇ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା।ପୂର୍ବ ବୈଠକର ବିବରଣୀ ପଠନ କରାଯାଇଥିଲା।ପଦ୍ମପୁରଠାରେ ନୂତନ ଭାବେ ପ୍ରସ୍ତାବିତ ଜଳଯୋଗାଣ ପ୍ରକଳ୍ପର ଅଗ୍ରଗତି ତଥା ତୁରନ୍ତ କାର୍ଯ୍ୟକାରିତା ଉପରେ ଆଲୋଚନା ହୋଇଥିଲା।କୋବିଡ଼ ପରିସ୍ଥିତିରେ ଗ୍ରାମାଞ୍ଚଳରେ ଥିବା ଜନସାଧାରଣଙ୍କ ଆର୍ଥିକଅବସ୍ଥାର ସୁଧାର, ଜୀବନଧାରଣର ମାନବୃଦ୍ଧି, ମନରେଗା କାମରେ କାର୍ଡ଼ଧାରୀଙ୍କୁ କାର୍ଯ୍ୟପ୍ରଦାନ,ମାଛ ଚାଷରେ ସ୍ୱୟଂସହାୟକଗୋଷ୍ଠୀଙ୍କୁ ବିନିଯୋଗ, କୃଷିବିଭାଗଦ୍ୱାରା ସୁଲଭ ଦରରେ ଉନ୍ନତମାନର ବିହନ ଓ ସାରଯୋଗାଣ,ଗୃହପାଳିତ ପଶୁଙ୍କୁ ଟୀକାକରଣ,ସ୍ବୟଂସହାୟକଗୋଷ୍ଠୀ ଦ୍ୱାରା ଛତୁଆ ପ୍ରସ୍ତୁତି ଓ ବଣ୍ଟନ ଉପରେ ଗୁରୁତ୍ୱ ଦିଆଯାଇଛି। ଆଜିର ବୈଠକରେ ସ୍ୱାସ୍ଥ୍ୟବିଭାଗ, ପ୍ରାଣୀଧନ,କୃଷିବିଭାଗ,ପାନୀୟଜଳ ଯୋଗାଣଓ ପରିମଳ, ଶିଶୁବିକାଶ, ଶିକ୍ଷାବିଭାଗ,ଉଦ୍ୟାନବିଭାଗ, ମାଛଚାଷ ଓ ମଙ୍ଗଳବିଭାଗ ଅଧିକାରୀ ଉପସ୍ଥିତରହି ଆଲୋଚନା କରିଥିଲେ। ଆଜିର ବୈଠକ ଅଧ୍ୟକ୍ଷ ରମାକାନ୍ତ ମାଝୀଙ୍କ ଅଧ୍ୟକ୍ଷତାରେ ଚାଲିଥିବା ବେଳେ ବିଡ଼ିଓ ଦୟାମୟ ପାଢି ପରିଚାଳନା କରିଥିଲେ।ଉପାଧ୍ୟକ୍ଷା ଜେମା ଶବରଙ୍କ ସହ ସମସ୍ତ ସରପଞ୍ଚ,ସମିତିସଭ୍ୟ ଉପସ୍ଥିତ ଥିଲେ। ଜିପିଇଓ ଦାୟିତ୍ୱରେ ଥିବା ବାଣିଜ୍ୟ ନିରୀକ୍ଷକ ପ୍ରଭାକର ମଲିକ ବିବରଣୀ ପ୍ରଦାନ ସହିତ ବୈଠକ ପରିଚାଳନା କରିଥିଲେ। (ରିପୋର୍ଟ – ନବୀନ ନାୟକ ବେହେରା ।)