ପଦାର୍ଥ ବିଜ୍ଞାନ ବିଭାଗର ଆଲୋଚନାଚକ୍ର ।

0 302

ଭଞ୍ଜନଗର,୧୪/୧୨(ପିପିଟି): ସ୍ଥାନୀୟ କବିସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟ ପଦାର୍ଥ ବିଜ୍ଞାନ ବିଭାଗର ଏକ ଆଲୋଚନାଚକ୍ର ଆଜି ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଯୁକ୍ତ ୩ ପ୍ରଥମ ବର୍ଷ ଛାତ୍ରୀ ଛାତ୍ରଙ୍କୁ ମଧ୍ୟ ସ୍ଵାଗତ କରାଯାଇଥିଲା। ଅଧ୍ୟକ୍ଷ ଡଃ ସୁବାସ ଚନ୍ଦ୍ର ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ପ୍ରାଧ୍ୟାପକ ଡଃ ରବିନ୍ଦ୍ର ନାଥ ପାଳ, ବିଭୁତି ଭୂଷଣ ପାଣିଗ୍ରାହୀ, ସାତ୍ୟକି ସାହୁ, ରାଜେନ୍ଦ୍ର କୁମାର ଦାସ ପ୍ରମୁଖ ଅତିଥି ଭାବେ ଯୋଗଦେଇ ଆଲୋଚନାରେ ଭାଗ ନେଇଥିଲେ। ବିଭାଗୀୟ ମୁଖ୍ୟ ଅଧ୍ୟାପିକା ସସ୍ମିତା ଦାସ ବୈଠକ ସମ୍ପର୍କରେ ସୂଚନା ଦେଇଥିଲେ। ଛାତ୍ରୀ ସନ୍ଧ୍ୟା ରାଣୀ, ସୋନାଲି ପଣ୍ଡା, ପୂଜା ସ୍ୱାଇଁ, ସୁନିତା ବେହେରା ସ୍ଵାଗତ ସଙ୍ଗୀତ ଗାନ କରିଥିଲେ । ଅଧ୍ୟାପିକା ପ୍ରତିଧ୍ଵନି ସ୍ୱାଇଁ ସ୍ଵାଗତ ଭାଷଣ ଦେଇଥିବା ବେଳେ ଅଧ୍ୟାପିକା ସୁଦ୍ଧାଶ୍ରୀ ନାୟକ ଧନ୍ୟବାଦ ପ୍ରଦାନ କରିଥିଲେ।

(ରିପୋର୍ଟ- ଜୟକୃଷ୍ଣ ପଟ୍ଟନାୟକ। )

Leave A Reply

Your email address will not be published.